ମୋତେ କେଜାଣି କାହିଁକି କବିତା ଲେଖିବାକୁ ଭଲ ଲାଗେ । କିଏବା କେଉଁଠି ନିର୍ଜନ ରାତିରେ ଠିକଣାଟେ ମୋତେ ମାଗେ । କାହାର ଦରଦ ଚାହାଣୀ ଯେ ମୋତେ କିଛି କ୍ଷଣ ବାନ୍ଧି ରଖେ , ହୃଦ ଝରକାରୁ କେଜାଣି କାହିଁକି ତାକୁ ହିଁ ନିରେଖି ଦେଖେ । ମୁଁ ପିଲାବେଳେ ଆକାଶକୁ ଚାହିଁ କ'ଣ ସବୁ ଭାବିବାକୁ ଲାଗେ । ମୋ ଗାଁ ର ସବୁଜିମା ଭରା ବଣ ଜଙ୍ଗଲ କୁଳୁକୁଳୁ ଗୀତ ଗାଇ ବୋହି ଯାଉଥିବା ଟିକି ନଈ ମୋତେ ଏମିତି ଲାଗେ ସତେ ଯେପରି ସେମାନେ ଅତି ନିଜର ଅତି ଆପଣାର । ପିଲା ବେଳ ସେମାନଙ୍କ ସହିତ କାଟିଛି ଆଉ ସେବେ ଠାରୁ ଭାବନାକୁ କବିତାର ରୂପ ଦେବାକୁ ଆରମ୍ଭ କରେ । ମୁଁ ଅନୁଭବ କରିଛି ମଣିଷର ହସ ଲୁହକୁ ଆଉ ପରଖିଛି ପ୍ରେମ ବିରୋହର ଖଟା ମିଠା ଅନୁଭୂତିକୁ ।ସେହିଠାରୁ ପ୍ରେରଣା ମିଳିଛି କିଛି ଲେଖିବାକୁ । କବିତା ଓ ଗଳ୍ପ ପଢ଼ିବାକୁ ଏବଂ ଶୁଣିବାକୁ ଭଲ ଲାଗେ ।ଧିରେ ଧିରେ କବିତା ପ୍ରତି ଆକର୍ଷିତ ହେଲି ଆଉ ନିଜେ ଲେଖିବାକୁ ଚେଷ୍ଟା କଲି । ଆଶା କରେ ଆପଣ ମାନଙ୍କୁ କବିତା ଗୁଡ଼ିକ ଭଲ ଲାଗିବ ।
No stories yet.