ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନ୍ତର୍ଗତ କେନ୍ଦୁଡ଼ିହା ଗ୍ରାମପଞ୍ଚାୟତର ଚତୁଃରଦିଗ ସବୁଜିମା ଘେରା ବିଲ, ବଣ ମଧ୍ୟେ କେନ୍ଦୁଡିହା ଗ୍ରାମରେ ୧୯୮୭ମସିହା ଅପ୍ରେଲ ୨୮ତାରିଖ, ମାତା:-ସୋମବାରୀ ବେହେରା ପିତା:-ରମେଶ ବେହେରା ଙ୍କ ଜ୍ୟୋଷ୍ଠ ପୁତ୍ର ରୂପେ ମୋର ଜନ୍ମ । ପାଠପଢ଼ା ସମୟ ରୁ ସାହିତ୍ୟ ପ୍ରତି ମୋର ଆନ୍ତରିକ ଭଲପାଇବା ଥିଲା। ଶିକ୍ଷାର ଶେଷ ନାହିଁ କିନ୍ତୁ ପାରିବାରିକ ଅସୁବିଧା କାରଣରୁ ମୋ ପଢ଼ା ବନ୍ଦ ହୋଇଗଲା । ତା'ପରଠୁ ମୁଁ କର୍ମମୟ ଜୀବନ ଜଞ୍ଜାଳରେ ସାହିତ୍ୟ ଠାରୁ ଦୂରେ ଥିଲି । ପରେ ୨୦୧୪ମସିହାରେ ମୋ ପାଇଁ ସାହିତ୍ୟ ପୁଣି ନୂଆ ରୂପ ନେଇ ଆସିଲା । ମୋ ବିବାହ ପାଇଁ ନିମନ୍ତ୍ରଣ ପତ୍ରଟିକୁ କବିତାର ରୂପ ଦେଲି । ବନ୍ଧୁ ମାନେ ନିମନ୍ତ୍ରଣ ପଢି଼ ମତେ ବହୁତ ପ୍ରଶଂସା କରିଥିଲେ । ସତେ ଯେପରି ମତେ ମନେ ହୁଏ ମୋ ସହ ଧର୍ମିଣି ସାହିତ୍ୟର ସାଧବ ବୋହୂ ବେଶ ହୋଇ ମୋ ଜୀବନକୁ ଆସିଲେ । ତା' ପରଠାରୁ ମୁଁ ସାହିତ୍ୟ ସହ ପୁଣି ଯୋଡ଼ି ହୋଇଗଲି । ମାତା ପିତାଙ୍କ ଆର୍ଶିବାଦ ଓ ମା' ସ୍ବରସ୍ବତୀଙ୍କ କୃପା ବଳରେ ମୋ ଲେଖନୀ ସଦା ଚାଲୁ ରହିଛି । "ଜୟ ମାତୃଭାଷା" ।।
No stories yet.