ସପନ ନାୟିକା ସପନ ସୁନ୍ଦରୀ
ସପନରେ ଆସ ଖାଲି,
ସପନ ଭାଙ୍ଗିଲେ ଚାଲି ଯାଅ ତୁମେ
ଆଶା ଦେଇ ଯାଅ ଖାଲି
ସପନେ ସାଉଁଟି ରଖିଛି ମୁଁ ତୋତେ
ଆସିବୁ କେବେତୁ ଚାଲି,
ସଞ୍ଜ ଠାରୁ ତୋତେ ଅପେକ୍ଷା କରିଛି
ରାତିରେ ଆସିବୁ ବୋଲି
କିଛି ସମୟରେ ଖୁସି ଦେଇ ଯାଅ
ସମୟ ସାଥି ହୁଏନି,
ଖୁସିକୁ ସାଇତି ରଖିବି ବୋଲି ମୁଁ
ନିଦକୁ କେବେ ଛାଡେନି
Loading comments…