StoryMirror - Read, Write, Share & Repeat- ତୁମେ ଏକାକିନୀ ରାଧା.....Kulamani Sarangi · 1 min read · 6.8K readsତୁମେ ଏକାକିନୀ ରାଧା..... .............................. ତୁମେ ଝାଉଁବଣ ଜହ୍ନ ଦଶମୀ ତିଥିର, ତୁମେ ଏକାକିନୀ ରାଧା ବିଜନ ବେଳାର।୧ା ତୁମେ ଏକ ବିଳମ୍ବିତ ବିଧୁର ସମୟ, ଅପେକ୍ଷା ଯାହାର ଏକ ଅନ୍ୟ ପରିଚୟ, ତୁମେ ଏକ ଶବ୍ଦହୀନ ସୁନ୍ଦର ସଂଗୀତ, ତୁମେ ଏକ ନାମହୀନ ସବୁଜ ପର୍ବତ, ପ୍ରିତି ନାମେ ଫୁଲ ତୁମ ସୁଗନ୍ଧ ଅପାର। ତୁମେ ଏକାକିନୀ ରାଧା............ ସୁଷମାର ତୁମେ ଏକ ଫୁଟିଲା ଉଦ୍ୟାନ, ଅଳସୀ ଝରଣା ଯାର ଲାଜ ଅନ୍ୟ ନାମ, ସୀତ୍କାର ମନଛୁଁଆ ତୁମେଏ ମନର, ଅଭିସାର ତୁମେ କେଉଁ ସବୁଜ ବନର, ତୁମେ ଅଟ ସପ୍ତସ୍ବରୀ ମଧୁର ଝଂକାର, ତୁମେ ଏକାକିନୀ ରାଧା.............. ସପ୍ତ ରଙ୍ଗେ ରଂଗା ତୁମ ଇନ୍ଦ୍ରଧନୁ ପ୍ରିତି, ବଡ ପ୍ରଗଲ୍ଭ ତୁମର ମନ ପ୍ରଜାପତି, ସୀଲହଟ୍ ପରଦାରେ ତୁମେ ଛାୟା କୃଷ୍ଣା, ବୟସ ଦୀର୍ଘ ମରୁରେ ତୁମେ ମୃଗତୃଷ୍ଣା, ବିରହ ଭିତରେ ତୁମେ ଆନନ୍ଦର ଝର, ତୁମେ ଏକାକିନୀ ରାଧା..........
କୁଳମଣି ଷଡଙ୍ଗୀOthers
- ସନେଟ -୬ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 7K readsଘନସାର ଘନସାର ଲେପ ଲୋଡୁଥିବ
ଘଟ ଆଉ ସୁକୁମାରୀ ଘଟେ ସତେ ଥିବ
ଘାରି ହେଉଛି ବିରହେ ହର ମୋ ବେଦନା
ଘଣ୍ଟେଶ୍ୱରେ ବୋଲୁଥିବ ଆକୁଳେ ନବୀନା ।।Classics
- ଗାନ୍ଧାରୀ ର ବିଳାପMadhumita Mishra · 1 min read · 11.5K readsପତ୍ନୀ ଶ୍ରେଷ୍ଠ ଆଶା ନେଇ
ପୁତ୍ର ମୁଖ ଦେଖିଲା ନାହିଁ
ଅନ୍ୟାୟ ସପକ୍ଷେ ନଥାଇ
ନ୍ୟାୟ ପକ୍ଷ ନେଇ ହେଲାTragedy
- ବର୍ଷ ୨୦୨୧Priyadarshani Mahapatra · 1 min read · 348 readsକୋରୋନା ଆସିଲା ଚିନ୍ତା ବଢ଼ାଇଲା
ଶିଖାଇଲା ଶିକ୍ଷା ମୂଲ୍ୟ,
ବିଗତ ବର୍ଷଟି ଅତୀବ ସ୍ଵତନ୍ତ୍ର
କେହି ନୁInspirational