StoryMirror - Read, Write, Share & Repeatକବିର ସ୍ତ୍ରୀ
କବିର ସ୍ତ୍ରୀSapan Kumar Giri · 1 min read · 1.1K readsକବିର ସ୍ତ୍ରୀOthers- ସମ୍ଭାବନା ତୁମେDebabrata Barik Debunu · 1 min read · 333 readsସମ୍ଭାବନା ତୁମେ
ଛୁଇଁଲେ ଲାଜେଇ ଭିଡିଦେଲେ ଭାରି ସହଜ
ସମ୍ଭାବନା ତୁମେ
ପଢିଦେଲେ ଗଳ୍ପ ଗଢିଦେଲେ ହୁଅRomance
- ପୁଷ୍ପଗୁଚ୍ଛDr.Omm Prasad Pradhan · 1 min read · 204 readsବିରହରେ ଦଗ୍ଧୀଭୁତ ହୋଇ
ଚଳ ଚଞ୍ଚଳ ପ୍ରେମିକ ମଧ୍ୟ
ସ୍ଥାଣୁ ପାଲଟି ଯାଏAbstract
- କବିତାSusanta kumar Patra · 1 min read · 192 readsବହି ଦୋକାନୀର ବହିଥାକରେ,
ଧୂଳିରେ ସଜେଇ ହୋଇଥିବା କବିତା
ନା
ଜନ୍ମିତ ଶିଶୁ କନ୍ୟା ବୋଲି ଶିଶୁକୁ,
ଅଳିଆଗଦାରେ ଫୋପାଡ଼ି ଥିବା କବିତାOthers
- ଭାବନା ରଙ୍ଗbaijayantimala rout · 1 min read · 100 readsଯାତନା ଦୁର୍ଦ୍ଦଶା ସମସ୍ତ ରୂପ
କଲମ ମୁନରେ ଆଙ୍କେ,
ଏଇ ମଣିଷ ବୁଝେନାହିଁ କିଛି
କଳିର କଳୁଷ ପଙ୍କେAbstract

କବିତାRam Prasad Bisoi · 1 min read · 6.6K reads
ଉଦୂ ଉଦିଆ ଟାଣ ଖରା, ତା ସହ ଅଫିସ ବେଳ, ରଙ୍ଗୀନ ଶାଲବାର କମିଜ ଆଉ ହାଏ ! ମୋର ନାଲି ଓଢଣୀ, ଢାଙ୍କି ନେଲି , ମଥା ଉପରେ ଶୁଭମନାସି ପ୍ରାଣ ପ୍ରିୟତମ ନାମ । (୧)
ଆଖିର ଲୁହ ଆଖିରେ ଶୁଖାଇ ବୁକୁ ର କୋହ ଲୁଚାଇ ମନେ, ପହାଡ଼ି ଝରଣାଟିଏ , ବହି ଚାଲିଛି ଗୁଣୁଗୁଣାଇ କରି ସାଥୀ ନିଃସଙ୍ଗତା କୁ ଏକାକି ଲକ୍ଷ୍ୟ ଯେ ମୋର ରାଗ, ରସ,ଶୃଙ୍ଗାର ସାର ସାଗର ସଂଗମ । (୨)
ସବୁ ସଂସାରର ଧରାବନ୍ଧା ନିୟମ କାଳ ବୈଶାଖୀର ଦହନ , ପ୍ରେମପିପାସି , ଆଶ୍ରମବାସୀ ତାଙ୍କରି ସ୍ମୃତିକୁ ହୃଦୟେ ସାଇତି, ପିନ୍ଧି ତାଙ୍କ ନାମେ ସିଂଥିରେ ସିନ୍ଦୁର କାଟୁଛି ବିନିଦ୍ରିତ ସବୁରାତି , ସାଜି ତ୍ରେତୟାର ରାମାୟଣର ଉର୍ମିଳା , କେବେ ଆସିବେ ସେ ! କେଜାଣି , କେବେ କଟିଵ ଯେ ଏ ବନବାସ, ଦୂର ଦେଶାନ୍ତର ବାସିନି ଯେ ମୁଁ , ବିରହ ବେଦନା ବିଧାତାଙ୍କ ଯେ ଅବଦାନ, ଭାଗ୍ୟକୁ ଆଦରି ପଡି ରହିଛି ଅନ୍ତତଃ ତୁ ତ ଶୁଣ ମୋ ଅଭୂଷଣ, ନାଲି ଓଢଣୀ ମୋର ତତେ ସମର୍ପିଲି କରି ମୋ ହୃଦୟ ତାଙ୍କରି ଚରଣେ ଯେମିତି ଅକାରଣେ ଶାପଗ୍ରସ୍ତ ଅହଲ୍ୟା ଜପି ଚାଲିଥିଲେ କରି ତାଙ୍କ କାୟା ପଥର, ମାନସଜପ ଛଡା ନାହିଁ, ମୋ ଅନ୍ୟ ଉପାୟ, ଉଦ୍ଧାର କର ହେ ରାଜୀବଲୋଚନ, ଅନ୍ତଃହିନ ଅନ୍ଵେଶିତା ଶୁଖି ଯାଇଥିବା ଦୁଇ ନୟନ ସହ ପ୍ରତିକ୍ଷାରତ୍ତ ଯେ ଅଶୋକ ବାଟୀକାର ମୁଁ ସୀତା ତୁମର, ଅନ୍ତରେ ନେଇ ବିଶ୍ୱାସ ଓ ଆଶା ବଞ୍ଚି ଚାଲିଛି ,କାନ୍ଦି ଗଡୁଛି ହସୁଛି ଖାଲି କରି ଛଳନା ଭାବି ମନେ ଭଲପାଇବା ନୁହେଁତ ମୋର ପାପ , ଦେ ତୋ ଶୀତଳ ଛାୟା ଅନ୍ତତଃ ମୋ ସିଂଥି ର ସିନ୍ଦୁରକୁ ଆରେ ମଥା ଉପର ଟାଣ ଖରା,ଝାଳ ଆଉ ମୋର ନାଲି ଓଢଣୀ ।(୩)
ରାମ ପ୍ରସାଦ ବିଶୋଇ । ତା,୦୬-୦୫-୧୬ ସମୟ ସକାଳ-୧୧-୦୪ ମିନିଟ , ରାୟଗଡ୍ସ ।
Others
Loading…