StoryMirror - Read, Write, Share & Repeat- ଜୀବନ୍ତ ଦେବତାPRANATI MAHAPATRA · 1 min read · 430 readsବହଳ ବହଳ ଦୁଃଖ,କ୍ଲେଶ,ତୃଷାର୍ତ୍ତ,
କ୍ଷୁଧାର୍ତ୍ତ ର କଳାଅନ୍ଧାରକୁ
ଢାଙ୍କି ରଖୁଥିବା ତୁମର ସେହି
ଆତ୍ମବିଶ୍ବାସ, କର୍ମଠତା,
ହୃଦୟର ଗଭୀରତା କୁ ମାପୁଥିବା ,
ନୀଳଚକ୍ର ବାନା ସଦୃଶ ଗାମୁଛାକୁ।
ଜାବୁଡ଼ି ଧରିବାକୁ ଭାରୀ ଇଚ୍ଛାହୁଏ ବାପା ....
ତେଜୋଦୀପ୍ତ,ଆଭାମୟ
ଦରୋଟି ହସର,
କମନୀୟ କଳା ମଚମଚ
ମୁଖ ମଣ୍ଡଳକୁ,
ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ।
ବାପା...
ଇଚ୍ଛା ହୁଏ,
ମୋ ଜଗତର ସର୍ବୋତ୍ତମ ପୁରୁଷ,
ମୋ ପାଇଁ ସର୍ବମୟ କର୍ତ୍ତା,
ମୋ ପ୍ରାଣଦାତା,
ମୋ ଶୁଭଚିନ୍ତକଙ୍କ
ଶ୍ରୀଚରଣ ବନ୍ଦନା, ଅର୍ଚ୍ଚନା କରି,
ନିଜକୁ କୃତାର୍ଥ ମଣିବାକୁ।
ଭାରି ଇଚ୍ଛା ହୁଏ ବାପା ।Others