StoryMirror - Read, Write, Share & Repeat- ଅନ୍ଵେଷିତା ପାରିଜାତ ।Ram Prasad Bisoi · 1 min read · 6.4K readsଅନ୍ଵେଷିତା ପାରିଜାତ ।
ପାରିଜାତ ଟିଏ, ଶୂନ୍ୟ ବୃକ୍ଷରୁ ଝଡ଼ିଲି,ଖସି ପଡିଲି ବୃକ୍ଷ ମୁଳେ ଶୋଇଥିବା ବାଟୋଇର ଛାତି ଉପରେ, ତୋଳିନେଲା ସେ ଆଦରି , ମୋ ସୌରଭେ ଭରି ଉଠିଲା ତା ଶୟନକକ୍ଷର ପ୍ରତିରାତି, ସାଥୀଟିଏ ଅଛି ପିଛା ଛାଡୁନାହିଁ ଏ ଜୀବନ ଜଞ୍ଜାଳ । (୧)
ଶାବକ ପକ୍ଷୀ ଉଡ଼ିଗଲା ଡେଣା ମେଲି ଖୋଜି ନୂଆ ଏକ ନିଡ଼ ଶୂନ୍ୟ ଆକାଶକୁ ପଚାରିଲି ପାରିଜାତର -----------------! ସୃଷ୍ଟି ରହସ୍ୟ କଣ ? ପ୍ରକୂତର ଅବିରାମ ତ୍ୟାଗ ନୂତନ ସୃଷ୍ଠି ଅନ୍ତରାଳେ ପୁରୁଷର ଯୌନ ପିପାସାର ଏକ କ୍ରୀଡାର ମାଧ୍ୟମ ତାରି ଅନ୍ତରଦାହ କଣ ? ମୂଲ୍ୟହୀନ, ଗନ୍ଧର୍ବ କି କିନ୍ନର ଜାଣେ ନା ତାକୁ ବୈରାଗ୍ୟତାର ଆବେଷ୍ଠେନି ଭିତରେ ହେଲା ତା ସହ ଆତ୍ମସାକ୍ଷାତକାର, ପୁଣି ଶେଷ ଵିନ୍ଦୁରୁ ଆରମ୍ଭ ପ୍ରେମ,ଭକ୍ତି ,ସମର୍ପଣର ଖେଳ ବେଳାଭୂମିରେ ଏ କାହାର ପାଦଚିହ୍ନ , ରୌଦ୍ର ଗ୍ରୀଷ୍ମପ୍ରବାହରେ ବେଣା ଚେର ଦେଇ ପ୍ରଭାହିତ ସୁବାସିତ ଶୀତଳ ପବନ , ଅନୁସରଣ କଣ ? ପ୍ରକୃତି ନା ବିକାର କ୍ରମ ନା ବ୍ୟତିକ୍ରମ ଦ୍ବିଧା ନା ଭ୍ରମ, ଶଙ୍କା ନା ଭୟ ଅନ୍ଧାର ନା ଆଲୁଅ ବିବସତା ନା ବିଡ଼ମ୍ବନା ଅନ୍ଵେଷିତା ପାରିଜାତ-------।
ରାମ ପ୍ରସାଦ ବିଶୋଇ(କାଶ୍ୟପ) ରାୟଗଡା ତା*୨୯-୦୫-୧୬, ରାତ୍ର-୯ ଟା ।Others
- ନାରୀ ପ୍ରୀତି ଦୟାର ମୂର୍ତ୍ତିChittaranjan Nanda · 1 min read · 226 readsପରକୁ କରି ଆପଣାର ପ୍ରେମେ
ବାନ୍ଧେ ଦୁନିଆକୁ
ଦୁଃଖେ, ସାଉଁଟି ସୁଖକୁ ପରଶେ,Inspirational
- ବର୍ଷା ଗୋ !Hrushikesh Satpathy · 1 min read · 324 readsବର୍ଷା ଗୋ !Romance
- ତୁମେ ହିଁ ତୁମେChandrakanta Nayak · 1 min read · 342 readsପାଇଛି ସାନିଧ୍ୟ ଗିରି ଗୁମ୍ଫାରେ
ଶାନ୍ତରେ ତୁମେ ପ୍ରଶାନ୍ତେ ବି ତୁମେ
ଝଡର ଇଗଲ ତୁମେ ଅଶାନ୍ତ
ପ୍ରେମRomance
- ପ୍ରିୟା ଯେବେ ରୁଷେMrutyunjaya Sahoo · 1 min read · 169 readsପ୍ରେମ ପ୍ରଣତିର ପରଶ ଫାସରେ
ପକାଇ ପ୍ରଥମ ଗଣ୍ଠି,
ପ୍ରତିଥର ପରି ପୋଛୁଚି ପଣତେ
ପ୍ରାଣର ପ୍ରୀତିମା ଏଠRomance
- କାବ୍ୟ ନାୟିକାPrabhati Mahapatra · 1 min read · 159 readsକାବ୍ୟ ନାୟିକାRomance
Loading…