StoryMirror - Read, Write, Share & Repeat- ପ୍ରେମିକାPrafulla Chandra Mishra · 1 min read · 362 readsତୋଓପାଇଁ ରାଧା ଏ ଜୀବନ ଅଧା
ତୁଉ ମୋ ଜୀବନ ସାଥୀ
ତୋପଦ କିଙ୍କର ଆରେ ପ୍ରିୟାମୋର
ଆରେ ସଖୀ ପ୍ରିୟବତୀOthers
- ଏ ଫୂଲ ଅମୂଲ ମୂଲPrafulla Chandra Mishra · 1 min read · 122 readsନୀଳ ଜଳରାଶି
ପତ୍ର ଗହଳେ
ବିକଚିତ ନୀଳ କଇଁ,
ଜହ୍ନ ଜୋଛନା ରେ
ଝଲସି ଯାଉ ଗୋ
ଆରେ ନୀଳୋତ୍ପଳା ଦେହୀ ।।
ପରାଣ ସରସୀ
ନିରେ ମାନିନୀ ତୁ
ପ୍ରଷ୍ଫୁଟିତ ସଜ କଳି,
ଅବ୍ୟକ୍ତ ସୁଗନ୍ଧେ
ସୁଗଭିତ ହୋଇ
ଖେଳୁଥାଉ ଢଳି ଢଳି ।।
ପ୍ରଶାନ୍ତ ଆକାଶ
ନୀଳ ଦର୍ପଣ
ଖିଆଲି ମନର ନିଶା,
କେବେ ତ ବସନ୍ତ
ନିଦାଘ, ଶିଶିର
କେବେ ତୁ ଶ୍ରାବଣୀ ବର୍ଷା ।।
ସବୁ ଲଗନ ରେ
ମଗନ କରେ ତୋ
ଶୀତଳ,କୋମଳ କୋଳ,
ଝରଇ ପୀୟୂଷ
ତୋ ପ୍ରେମରେ ମିତ
ଏ ଫୁଲ ଅମୂଲ ମୂଲ ।।
ଚିକୁର ଚମକ
ଲାବଣ୍ୟ ତୋ ରୂପ
ଆନମନା କରିଦିଏ,
ପୂଣ୍ୟ ପ୍ରେମର
ସାଥୀ ପ୍ରିୟବତୀ
ତୁ ପାରିଜାତ ଫୁଲ ଟିଏ ।।
ସୁକୁମାରୀ ସାଥୀ
କୁମାରୀ ଅଙ୍ଗ
ଶରତ ନିର୍ମଳ ଶଶି,
ଶୀତଳିତ କରି
କବି ହୃଦୟ କୁ
ଆବୋରି ନେଉଛି ଆସି ।।
ମେଘ ମମେଦୁରିତ
ଆକାଶ ତଳର
ବକୁଳ,ତମାଳ କୁଞ୍ଜ-
କୁଞ୍ଜେ, ନୃତ୍ୟରତା
ମୟୂରୀ ତୁମେ ଗୋ
ଅପାସୋରା ଏକ ଚିତ୍ର ।।Romance