ବିଶ୍ବନାଥଙ୍କର ପବିତ୍ର ବାରଟି
ଏହି ଦିନେ ଜନ୍ମ ତୋର,
ଅକର୍ମାଦାନୀର ଆଶିର୍ବାଦ ରହୁ
ଭକ୍ତି କରେ ନିରନ୍ତର।
ଶୁଭମୟ ହେଉ କର୍ମପଥ ତୋର
ଶୁଭକାମନଟି ମୋର,
ଜୀବନରେ ମିଳୁ ସୁଖ ଓ ସମ୍ମାନ
ମନକାମନାଟି ମୋର।
ଶିକ୍ଷା କ୍ଷେତ୍ରେ ହେଉ ଉନ୍ନତି ତୋହର
ସତ୍ୟ ଅହିଂସାକୁ ଧରି,
ଆଦର୍ଶ ଭବିଷ୍ୟ ପ୍ରଜ୍ବଳିତ ହେଉ
କର୍ମ ଜ୍ଞାନ ବୁଦ୍ଧି ଧରି।
ମାଆଁ ଦୂର୍ଗାଙ୍କର କରୁଣା ତହିଁରେ
କଳ୍ପେଶ୍ବର ଆଶିର୍ବାଦ,
ରାଧାକୃଷ୍ଣଙ୍କର ଆଶିର୍ବାଦ ତରେ
ଗୁରୁଜନ ଆଶିର୍ବାଦ।
ଆଦର୍ଶ ମନୁଷ୍ୟ ହୁଅ ତୁ ସମାଜେ
ଆଦର ପାତ୍ରଟି ହୁଅ,
ଗୁଞ୍ଜୁ ନାମ ତୋର ଧାର୍ମିକ ରାଷ୍ଟ୍ରରେ
ଜ୍ଞାନୀ ମନୁଷ୍ୟ ଟି ହୁଅ।
ଜଗନ୍ନାଥ ଭକ୍ତି ରହୁ ହୃଦୟରେ
ସେବାଭାବ ରହୁ ମନେ,
ଅନ୍ୟାୟ ବିରୋଧେ ଶକ୍ତିଶାଳୀ ହୁଅ
ରହୁ ମନ ଇଚ୍ଛା ମନେ।
ଭକ୍ତିଭାବ ରହୁ ଗୁରୁଜନ ପ୍ରତି
ଅତିଥି ସେବାରେ ଧ୍ୟାନ,
ସମଭାବ ମନ୍ତ୍ର ପ୍ରଜ୍ବଳିତ ହେଉ
ରହୁ ଜନସେବା ଧ୍ୟାନ।
ମିଥ୍ୟା ଓ କପଟ ନ ଆସୁ ଜୀବନେ
ରହୁ ଧର୍ମକର୍ମେ ମନ,
ଶିକ୍ଷା କ୍ଷେତ୍ରେ ହେଉ ଗୌରବ ଗୃହର
ଖୁସି ହେଉ ଗୃହ ଜନ।
କର୍ତ୍ତବ୍ୟ ପଥଟି ଉଜ୍ଜ୍ୱଳ ହେଉରେ
ବାବୁ ଆଶିର୍ବାଦ ତରେ,
ଉଚ୍ଚ କର ସଦା ଗୃହର ସଂସ୍କାର
ଏହୁ ମନ ଇଚ୍ଛା କରେ।
ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି
ଜନ୍ମଦିନେ ଆଜି ତୋର,
ଗୌରବ ଦେବୁରେ ଗୃହକୁ ଆମର
ପ୍ରଭୁ ଭକ୍ତି ନିରନ୍ତର ।
Loading comments…