ଅମର ରହିବେ କାଳଜୟୀ ହେବେ
ଓଡିଶାର କିଛି ରତ୍ନ,
ସଭିଙ୍କୁ କନ୍ଦାଇ ଦୁଃଖ ସବୁ ନେଇ
ଜିତିଥିଲେ ମହି ମନ ।1
ଦିନ ରାତି କିଛି ଝାଳ ନାଳ ପୋଛି
କରୁଥିଲେ ଅଭିନୟ,
ଝଡ଼ ଝଞ୍ଜା ସହି ଓଠେ ହସ ନେଇ
ଦୂର କରୁଥିଲେ ଭୟ ।2
ଚଳଚ୍ଚିତ୍ର ସାରା ହସର ପସରା
ବୁଣି ହେଇ ଯାଉଥିଲା,
ଅଭିନେତା ହୋଇ ଗରବ ନଥୋଇ
ଦର୍ଶକ ଗାଳି ଶୁଣୁଥିଲା ।3
ତାଳି ହେଲେ ଭଲ ଗାଳି ଅମୁଲ ମୁଲ
ସହୁ ଥିଲେ ସବୁ କିଛି,
ଲୁହର ବର୍ଷାରେ ଖୁସିର ଓଦାରେ
ଯାଉଥିଲେ ସିଏ ହଜି ।4
ଆଜି କାଳଜୟୀ ଓଡିଶା ବିଜୟୀ
ରତ୍ନ ହୋଇ ଚାଲିଗଲେ,
ସେ ଜାଗା ପୁରୁଣ ତାଙ୍କରି ଚରଣ
ବାସୁଥିବ ମଲ୍ଲୀ ଫୁଲେ।5
Comments
Loading comments…