Loading…
ବନ୍ଧୁତା ଡୋରରେ ସେନେହ ନଥିଲେ ବନ୍ଧୁତ୍ବର ମାନେ ନୁହେଁ ବନ୍ଧନ। ପ୍ରଣୟ ରଜୁରେ ପ୍ରେମ ନ ରହିଲେ ପ୍ରଣୟ ଟା ହୋଇଯାଏ ସପନ। ଶ୍ରାବଣ ମାସରେ ବରଷା ନଥିଲେ ଲାଗେ ନାହିଁ ତାହା ଧାରା ଶ୍ରାବଣ। ଚଇତି ପବନେ ମନ ନ ଝୁମିଲେ ନୁହେଁ ସେ ତ ଚଇତାଳି ପବନ। ଗୁଣୀଜନ ପାଶେ ନମ୍ରତା ନଥିଲେ ଗୁଣୀ ବୋଲାଏନା ପରା ବିଦ୍ଵାନ। ଯୁବକର ପାଶେ ସାହସ ନଥିଲେ ଯୁବକତ୍ଵ ହୁଏନାହିଁ ସମ୍ପୂର୍ଣ୍ଣ।
Comments
Loading comments…