ବିରହ ବେଦନା ସହି ମୁଁ ପାରେନା
କୁଆଡେ ଗଲୁ ମୋ ପ୍ରିୟା ,
ତୋ ବିନା ଆଜି ଏକା ଏକା ଲାଗେ
ମୋତେ ଏ ସାରା ଦୁନିଆଁ ॥
ଆଖି ପାଣି ମୋର ଓଠ ଯାଏ ପିଇ
ସହି ମୁଁ ପାରୁନି ଏ ବିରହ ବ୍ଯଥା ,
କୁଆଡେ ଗଲୁ ତୁ କୋଉଠି ଅଛୁରେ
ଦେଇଯା ଥରେ ହେଲେ ଦେଖା ॥
ତୋ ବିନା ଆଜି ମୋ ଦିନ କଟୁ ନାହିଁ
ଲାଗେ ଏ ଜୀବନ ଟା ଖାଲି ଫିକା ,
ମନ ର ବେଦନା ମୋ କାହାକୁ କହିବି
ତୁ ତ ଛାଡି ଦେଇ ଚାଲି ଗଲୁ ମତେ ଏକା ॥
ସ୍ୱପ୍ନ ରେ ଆସି ମୋ ପାଶେ ଯାଉ ବସି
କହି ଯାଉ କେତେ ମିଠା ମିଠା କଥା ,
ସକାଲୁ ଉଠି ଖୋଜୁଛି , ତତେ ମୁଁ ପାଉନି
ଦେଏ ଥରେ , ଟିକେ ହେଲେ ଦେଖା ॥
ତତେ ଦେଖିବାକୁ ମନ ମୋର ହୁଏ ଛନ ଛନ
ପାଖରେ ନାହୁଁ ତୁତ ମୋ ଫୁଲେଇ ପ୍ରିୟା ,
ଏକା ଏକା ଆଉ ଜିଇଁବାକୁ ମନ ତ ମାନୁନି
ମତେ କାଇଁ ଛାଡି ଚାଲି ଗଲୁ ଏକା ॥
ମତେ କାଇଁ ଛାଡ଼ି ଚାଲି ଗଲୁ ଏକା ॥
Loading comments…