ହଠାତ୍... ଉତ୍ତରପଟୁ ଉଠେଇ ଆସୁଥିବା କଳାହାଣ୍ଡିଆ ମେଘ ସବୁ ନିଜମଧ୍ୟେ ଧକ୍କା ହେଲେ, ଆକାଶରେ ବୋଧହୁଏ ନିଆଁ ଲାଗିଗଲା । ଆହୁରି ଯୋର୍ ରେ ତମେ ଜାବୁଡ଼ି ଧରିଲ, ଠିକ୍ ଡରିଗଲାପରି । ପାଦଠୁ ଓଠ ପର୍ଯ୍ୟନ୍ତ ଠକଠକ ଥରୁଥିଲ, ବୋଧହୁଏ ତମକୁ ଲାଗିଲା ଆକାଶରେ ଯେମିତି ବିଜୁଳି ଚମକିଲା । ହଁ ମୁଁ ସ୍ପଷ୍ଟ ବାରିପାରୁଥିଲି ଘଡଘଡିର ଦୁନ୍ଦୁଭି ଠୁ ଅଧିକ ଦୁଲୁକୁଥିଲା ତମ ଛାତିର ସ୍ପନ୍ଦନ ଟା ।
Loading comments…