Loading…
ତୁମରି ପଥକୁ ଚାତକ ପରାଏ ଚାହିଁ ରହିଅଛି ମାଟି ବିରହିଣୀ ସାଜି ପ୍ରେମର ନିଆଁରେ ପଡ଼ିଅଛି ସିଏ ଲୋଟି।। ତରଙ୍ଗିନୀ ଖୋଜେ ଦରିଆର ସ୍ପର୍ଶ ହେବାପାଇଁ ଏକାକାର ତୁମ ଆଗମନେ ହୋଇବ ମିଳନ ଅନ୍ତହେବ ଅପେକ୍ଷାର।। ମୟୂରୀ ଭୁଲିଛି ନୂପୁରର ଛନ୍ଦ ବିରହରେ କାଟେ ଦିନ କଳାମେଘ ସାଥେ ତୁମ ଉପସ୍ଥିତି ଫେରେଇଦେବ ତା ପ୍ରେମ।।
Comments
Loading comments…