ରଙ୍ଗ ଭରା ଏଇ ଜୀବନଟା ସାରା
ରଙ୍ଗୀନର ଖେଳ ଘର
ରଙ୍ଗ ରଙ୍ଗରେ କେତେ ଅଭିମାନ
ଯନ୍ତ୍ରଣାର ପାରାବାର।
ଜନ୍ମରୁ ମୃତ୍ୟୁ ରଙ୍ଗର ବେଭାର
କେବେ ରଙ୍ଗ ଛାଡେ ନାହିଁ
ମାଆ ପ୍ରେମ ତ୍ୟାଗର ରଙ୍ଗ
ସେ ରଙ୍ଗ ଛାଡ଼ିବ ନାହିଁଁ।
ପ୍ରିୟାର ରଙ୍ଗ ଭାରି ବହଳିଆ
ରଙ୍ଗୀନ ବଳୟ ଘର
ଯେତେ ମାଖୁ ଥିଲେ କେବେ ଶେଷ ନାହିଁ
ମନରେ ତୋଳେ ମନ୍ଦିର।
Loading comments…