କର ନିତ୍ୟକର୍ମ ସଅଳ
ଉଠ ବେଗେ ଚଞ୍ଚଳ
ଭଲକଥା କର ଶ୍ରବଣ
କର ନାମ ସଂକୀର୍ତ୍ତନ।
ଭଗବାନଙ୍କୁ କର ବିଶ୍ୱାସ
କାମ କରୁଥାଅ ହରସ
ମାତୃଭୂମିକୁ କର ସମ୍ମାନ
ମା'ଙ୍କୁ କର ନାହିଁ ଅପମାନ ।
ପିତାମାତା ଆମ ଗୁରୁ ଗୁରୁଜନ
କରିବା ଆମେ ତାଙ୍କୁ ସମ୍ନାନ
ପରିଶ୍ରମ ବଳେ ଅରଜ
ଜମା କରିବାନି କରଜ ।
କର ନିୟମିତ ବ୍ୟାୟାମ
ସୁସ୍ଥ ରହିଵ ସବୁଦିନ
ଆମ ସ୍ବାସ୍ଥ୍ୟ ଅଟେ ଆମ ସୁରକ୍ଷା
ରୋଗ କବଳରୁ ଶରୀରଟିକୁ କରିବା ରକ୍ଷା ।
ପରିବେଶ ପ୍ରଦୂଷଣକୁ ରୋକିବା
ଗଛଟିଏ ଆମେ ଲଗାଇବା
ଗଛ ଆମର ବଂଧୁଟିଏ
କାଟିବାନି ଆମେ କଦାପି କିଏ ।
ଘର ଚାରିପଟ ସଫା ରଖିବା
ସଵୁଜ ସୁନ୍ଦର ଗଢି ତୋଳିବା
ଆମ ପରିବେଶହସି ଉଠିଵ
ସଭିଙ୍କ ମୁହିଁରେ ହସ ଭରିବ ।
କାମ ପରେ କାମ କରିବା
ଜୀବନରେ ଶ୍ରେଷ୍ଠ ବୋଲାଇବା ।
Comments
Loading comments…