ଗାଆଁ ମୁଣ୍ଡ ଚାନ୍ଦିନୀ ପାଖ
ପୁରୁଣା ନାଲି ଡାକ ବାକ୍ସ
ସମ୍ପର୍କର ଖବର ଦେଣ ନେଣ
ପୋଷ୍ଟକାର୍ଡ ଲଫାପା
ଟିକେଟ ର ମୀନା ବଜାର ।।
ମଫସଲରୁ ସହର
ଦୂର ବିଦେଶୀ ସମ୍ପର୍କର
ମଧୁର ଜୁଆର
ମଙ୍ଗଳ ମନାସି
ଗାଆଁ ଠାକୁରାଣୀ ପାଖେ କରେ ଜୁହାର ।।
ଲୁହ କୋହ ,ସ୍ନେହ ସରାଗର
ଅବ୍ୟକ୍ତ ମୁଦା ଲଫାପା
ଏକ ମୁହାଁ ହେଇ
କାଦୁଆ ରାସ୍ତା ଛାତିରେ
ଦୌଡ଼ୁଥିବା ଭଙ୍ଗା ସାଇକେଲରେ
ମଣିଷ ଟା ସତରେ କେତେ ନିଜର ।।
ମାଣିକ ବୁଢ଼ୀ
ବନା ଦାଦା ଗଉରୀ ଖୁଡି
ଭାଇ ଭାଉଜ ପୁଅ ଝିଅର
ସୂତା ଖିଅରେ ବନ୍ଧା ଭାଵନା ଡୋର ।।
ଆରମ୍ଭ ରୁ ଇତି
ସମସ୍ତଙ୍କ ବାରତା
ସାଇତା ଯତନେ ଅତି
ପ୍ରଥମ ବନ୍ଧୁର କର୍ତ୍ତବ୍ୟ ଭାର
ଡାକବାଲା ନଭାବେ ଆପଣା ପର ।।
Loading comments…