ଧନୀ ଲୋକଙ୍କର ନିଶା ଅଟେ ଧର୍ମ
ଦରିଦ୍ରକୁ ଖାଦ୍ୟ ମିଳେ କଲେ କର୍ମ ।।
ଜଣେ ଦଉଡେ଼ ଖାଦ୍ୟ ପାଚନ ପାଇଁ
ଆରକ ଦଉଡେ଼ ପେଟ ଭରିବା ପାଇଁ ।।
ଧନୀ ମାରଇ ନିର୍ଦ୍ଧନ ଲୋକଙ୍କୁ କିନ୍ତୁ
ଧନହୀନ ଯେତେ ହୃଦୟରୁ ଧନୀ ।।
ଖଟନ୍ତି ଗଧ ପରି ଦିନ ରାତି ସିନା
ତାଙ୍କ ପରିଶ୍ରମ ଫଳ ପାଏ ଧନୀ ।।
ଖଟି ଖଟି ମିଳେ ଯେଉଁ କିଞ୍ଚିତ ଅର୍ଥ
ତାହା ଦିଓଳି ଖାଦ୍ୟ ଉତ୍ତାରୁ ବଞ୍ଚେନି ।।
କୃଷ୍ଟି କରି ମଧ୍ଯ ତା’ର ଅର୍ଥ ବଳେ ନାହିଁ
ତା' ଶ୍ରମ ଥାଏ ଧନୀର ମୁଣା ଭରଣ ପାଇଁ ।।
Comments
Loading comments…