ତୁମ ପାଇଁ ନୀତି ଦୀପାଳି ଜାଳୁଛି
ତୁମରି ଶୁଭ ମନାସି
ଭାବୁଛି ଫେରିବ ପଛ କଥା ଭୁଲି
ଦିନେ ପୁଣି ହସି ହସି
ଜୀବନର ଗୀତି ଗାଇ ଚାଲି ଥାଅ
ପରକୁ ଆପଣlକରି
ହସି ପିଇ ଯାଅ ହୃଦୟର କୋହ
ମନ ଦୁଃଖ ଯାଉ ମରି
ମନ ଟା ବୁଝେନି କିଛିବି କୁହେନି
ତୁମେ ଖୋଜେ ସବୁ ବେଳେ
ମୋ ମନ ଭିତରେ ତୋ ସ୍ମୃତି ଦୀପାଳି
ଜଳୁଥାଏ ସବୁବେଳେ
ଜୀବନର ପଥେ ପ୍ରୀତିର ଦୀପାଳି
ଜଳୁ ଥାଉ ସବୁ ବେଳେ
ସତରେ ନହେଲେ ସପନରେ ଜଳୁ
ତୁମ ହୃଦୟ ଭିତରେ ।
Loading comments…