✿ ହସକୁରୀ ଝିଅ ✿
ମୋ' ଠାରେ ....
ଆକର୍ଷିତ କଲାପରି ଗୁଣ କିଛି କାହିଁ ?
ଯେ' , ତୁମେ ପ୍ରେମରେ ପଡିଯିବ !
ସମ୍ମୋହିତ କଲାପରି ଆଖି ଯୋଡେ କାହିଁ ?
ଯେ' , ତୁମେ ପ୍ରେମରେ ପଡିଯିବ !
ବିମୋହିତ କଲାପରି ଦେହମୋର କାହିଁ ?
ଯେ' , ତୁମେ ପ୍ରେମରେ ପଡିଯିବ !
ଭାସିଯିବା ପରି ମେଞ୍ଚାମେଞ୍ଚା କଥାସବୁ କାହିଁ ?
ଯେ' , ତୁମେ ପ୍ରେମରେ ପଡିଯିବ !...
[୨]
ଏଇ ନାହିଁ ନାହିଁ ର ଅଭାବରେ ,
ମୋ' ମୁହଁର ଏଯେଉଁ ସବୁବେଳିଆ
' ଧାରେ ହସ 'ର
ରହସ୍ୟକୁ , ଥରୁଟିଏ ଖୋଜିଦେଖ -
ପ୍ରତିଶ୍ରୁତି ଦେଲି ..
ତୁମେ ପ୍ରେମରେ ପଡିଯିବ !
ନିଶ୍ଚେ ତୁମେ ,
ମୋ' ପ୍ରେମରେ ପଡିଯିବ !
( ଅପେକ୍ଷାରେ ୧୪ ଫେବୃଆରୀ କୁ )
- ଅମିୟ ❀❀❀
Loading comments…