by Bishwaranjan Tripathy ✓ · 21 Aug 2020
କରିବି ଦର୍ଶନ,ତୋଷିବି ଏ ମନ ବେନି ନେତ୍ର ଯୁଗଳରେ ପାଇବି ତୁଳସୀ, ମନକୁ ହରସି ଗଡିବି ତୋ ବାଇଶି ପାବଛରେ।। ଖାଇବି ଅଭଡ଼ା, ଗାଇବି ତୋ ଗୀତ ବସି ତୋର ଅଗଣାରେ କାଟିଦେବି ଦିନ ପୁରିଯିବ ମନ ପାଇଗଲେ ତୋ ଦିବ୍ୟ ଦର୍ଶନରେ।।
Loading comments…
Loading comments…