ଭଲକରି କାର୍ ଚଲେଇବୁ ବାବୁ
ନେଇଯିବୁ ଶାଶୁଘର,
ଧିରେଧିରେ ନେବୁ କାର୍ କୁ ତହର
ଝିଅ କୁ ନ ମାଡୁ ଡ଼ର।
ଜୀବନ ରତନ ଝିଅଟି ମୋହର
ଛାଡି ଯାଉ ଅଛି ଘର,
ସୁରକ୍ଷିତ ଭାବେ ନେଇ ଯିବୁ ବାବୁ
ଚିନ୍ତା ନକରୁ ଟି ଘର।
କାର୍ ୱିଣ୍ଡୋ ବାବୁ ଖୋଲା ରଖିଥିବୁ
ବାୟୁ ଆସୁଥିବ କାର,
ଦୁଇ ଦିନ ହେଲା ଖାଇ ନାହିଁ କିଛି
କାନ୍ଦୁ ଅଛି ନିରନ୍ତର।
ଭାଇ ଓ ଭଉଣୀ ଛାଡି ଯାଉ ଅଛି
ଛାଡୁ ଅଛି ଅଜା ଆଇ,
ସଙ୍ଗ ସାଥି ପୁଣି ମାତାପିତା ତହିଁ
ବନ୍ଧୁ ଓ କୁଟୁମ୍ବ ଭାଇ।
ସବୁ ଛାଡି ଯହିଁ ଝିଅଟି ମୋହର
ଅତ୍ୟନ୍ତ ହିଁ ଦୁଃଖରେ,
ଜ୍ୱାଇଁ ବାବୁ ଶୁଣ କଥାକୁ ମୋହର
ଧ୍ୟାନ ଦେବ ଟି ଝିଅରେ।
ଯିବା ପଥେ ତାର ଧ୍ୟାନ ଦେଉଥିବ
ଏତିକି ଗୁହାରି ମୋର,
ଖାଇ ନାହିଁ କିଛି ଧ୍ୟାନ ରଖି ଥିବ
ଜ୍ୱାଇଁ ବାବୁଙ୍କୁ ଟି ମୋର।
ଘର କଥା ତାର ମନେ ନ ପଡୁଟି
ଖୁସି ରଖି ଥିବ ତାରେ,
ଭୁଲ କଲେ କିଛି କ୍ଷମା କରି ଦେବ
ଭଲ ବୁଦ୍ଧି ଦେବ ତାରେ।
ଗୃହ କାର୍ଯ୍ୟ ବେଶୀ ଜାଣି ନାହିଁ କିଛି
ପାଠ ପଢୁ ଥିଲା ଝିଅ,
ତୁମକୁ ଦେଖିଣ ବିଭା କଲି ତାର
ରହିବ ଖୁସିରେ ଝିଅ।
ଆନନ୍ଦେ ରଖିବ ପତ୍ନୀକୁ ତୁମର
ହେଲା ତୁମ ଧର୍ମପତ୍ନୀ,
ପତ୍ନୀର ସମ୍ମାନ ଦେବଟି ତାହରେ
ଖୁସି ଥିବ ପତି ପତ୍ନୀ।
କରିବେ ମଙ୍ଗଳ ପ୍ରଭୁ ଜଗନ୍ନାଥ
ସବୁ ଶୁଭ ହେବ ତୁମ,
ବାପ ଆଶିର୍ବାଦ ସର୍ବଦା ତୁମକୁ
ମଙ୍ଗଳ ଦେବ ଟି ତୁମ।
Loading comments…