ମାତୄଭୂମି ପ୍ରେମ ମାତୄଭାଷା ଶ୍ରଦ୍ଧା
ଯା ହୄଦେ ଜନମି ନାହିଁ,
ଆମେ ଯଦି ତାକୁ ଜ୍ଞାନୀରେ ଗଣିବା
ଅଜ୍ଞାନୀ ରହିବେ କାହିଁ।୧।
ଭାଷା, ଦେଶ, ଜାତି ନ କରେ ଆଦର
ମନୁଷ୍ୟ ନୂହେଁଟି ସେହୁ,
ମାନବ ହେଲେହେଁ ନ ହେବ କାହିଁକି
ପଶୁରେ ଗଣନ ସେହୁ।୨।
ରାଷ୍ଟ୍ର ସେବା ଅଟେ ଜୀବନେ ଅମୂଲ୍ୟ
ସର୍ବୋପରି ସେବା ଏହି,
ଜ୍ଞାନର ଅସ୍ତିତ୍ବ ଭାଷାର ଆଦର
ଜୀବନେ ଆଧାର ଏହି।୩।
ମାଆ ମାତୄଭାଷା ଜୀବନେ ଆଦର୍ଶ
କଟୁ ବଚନଟି ଏହା,
ତାଙ୍କରି ସେବାରେ ଜୀବନ ବିତୁହେ
ଜୀବନ ଉଦ୍ଦେଶ୍ୟ ଏହା।୪।
ଭକ୍ତି ପ୍ରେମ ଅଟେ ଜୀବନେ ବଡ଼ହିଁ
ନିସ୍ବାର୍ଥ କର୍ମହିଁ ବଡ଼,
ଦେବ ଆରାଧନା ଜୀବନ ମନ୍ତ୍ରହିଁ
ଭାଷା ପ୍ରେମ ଅଟେ ବଡ଼।୫।
ମାତୄଭୂମୀ ପ୍ରେମ ମାତୄଭାଷା ଶ୍ରଦ୍ଧା
ଯା ହୄଦେ ଜନମି ନାହିଁ,
ଅମେ ଯଦି ତାକୁ ଜ୍ଞାନୀରେ ଗଣିବା
ଅଜ୍ଞାନୀ ରହିବେ କାହିଁ।୬।
Comments
Loading comments…