ଅମୂଲ୍ୟ ଜୀବନେ କୄଷ୍ଣ ରାମ ନାମ
ଧର୍ମ ସନାତନ ସାର
ଲୋକ ସେବା ଅଟେ ଜୀବନ କର୍ତ୍ତବ୍ୟ
ଦେଶ ସେବା ଅଟେ ସାର।୧।
ଧର୍ମ ଦେଶ ଏହି କର୍ମ ଦେଶ ଏହି
ସେବା ଜଗନ୍ନାଥ ସାର
କଥା ଭାଗବତ ସଂସ୍କୃତି ପ୍ରେରଣା
ଗୀତା କଥା ଅଟେ ସାର।୨।
ସତ୍ୟ ପଥ ଅଟେ ଜୀବନର ମନ୍ତ୍ର
ନିସ୍ବାର୍ଥ ଭକ୍ତିଟି ସାର
ଗୁରୁ ସେବା ଅଟେ ଜୀବନେ ମହତ୍ତ୍ଵ
ପିତୃ ମାତୃ ସେବା ସାର।୩।
ମାତୃଭାଷା ଅଟେ ଜୀବନ ଆଧାର
ମାତୃଭୂମି ଅଟେ ସାର
ଅତିଥି ସେବାଟି ମାନବ କର୍ତ୍ତବ୍ୟ
ନିତ୍ୟେ ପ୍ରଭୁ ଭକ୍ତି ସାର।୪।
ଗାଆଁର ଉନ୍ନତି ଦେଶର ଉନ୍ନତି
ପବିତ୍ର କର୍ମଟି ସାର
ଅନ୍ୟାୟ ବିରୋଧେ ଲଢିବାଟି କାର୍ଯ୍ୟ
ଦେଶର ପ୍ରେମଟି ସାର।୫।
ହୋଇ ଆଜ୍ଞାକାରୀ ଦେଶର କାର୍ଯ୍ୟରେ
ଜୀବନ ଉଦ୍ଦେଶ୍ୟ ସାର
ଗୄହସ୍ଥ ଧର୍ମରେ କର୍ତ୍ତବ୍ୟଟି ଅଟେ
ପୂରଣ କରିବା ସାର।୬।
ସକାଳୁ ଉଠିଣ ସାରି ନିତ୍ୟକର୍ମ
ଦେବ ପୂଜନଟି ସାର
ବ୍ୟାୟାମ କରିବା ହୁଏ ଆବଶ୍ୟକ
ନିରୋଗ ରହିବା ସାର।୭।
ସବୁ ଏହି ଗୁଣ ଜୀବନ ଅସ୍ତିତ୍ଵ
ଗ୍ରହଣ କରିବା ସାର
ମନ୍ତ୍ର ଜୀବନର ଅପୂର୍ବ କଥାକୁ
ମନେ ରଖିବାଟି ସାର।୮।
ଜ୍ଞାନ ବିଜ୍ଞାନର ଅପୁର୍ବ ନୀଳାଦ୍ରି
ଜୀବନେ ଆଣିବା ସାର
ଆତ୍ମନିର୍ଭରର ସେ ଆତ୍ମବିଶ୍ୱାସ
ଜାଗ୍ରତ କରିବା ସାର।୯।
ଅମୂଲ୍ୟ ଜୀବନେ କୄଷ୍ଣ ରାମ ନାମ
ଧର୍ମ ସନାତନ ସାର
ଲୋକ ସେବା ଅଟେ ଜୀବନ କର୍ତ୍ତବ୍ୟ
ଦେଶ ସେବା ଅଟେ ସାର।୧୦।
Comments
Loading comments…