ବିଶ୍ୱର କଲ୍ୟାଣେ ହୁଏ ଗୀତା ଯଜ୍ଞ
ବିଚ୍ଛିନ୍ନା ଭୂମିରେ ଯହିଁ,
ପୂର୍ବ ଗୁରୁକୂଳ ବାନା ଟାଁଗରାଣୀ
ଗୀତା ମନ୍ଦିରଟି ତହିଁ।୧।
ଶୁଭାରମ୍ଭ ଯଜ୍ଞ ମାର୍ଚ୍ଚ ଚବିଶରୁ
ବୁଧବାର ସେହି ଦିନ,
ପୂର୍ଣ୍ଣାହୁତି ହେବ ଅଠେଇଶ ମାର୍ଚ୍ଚ
ହୋଲିକା ଦହନ ଦିନ।୨।
ଯଜ୍ଞର ମନ୍ଦିର ବିଶ୍ୱରେ ବିଖ୍ୟାତ
ଅବସ୍ଥିତ ଏହି ଭୂମି,
ବାନା ଟାଁଗରାଣୀ କଳାବାଡିଆ ଓ
କାଁକୀ ମଧ୍ୟେ ଏହି ଭୂମି।୩।
ପୂର୍ଣ୍ଣାହୁତି ଦିନ ରଙ୍ଗର ପର୍ବର
ଶୁଭାରମ୍ଭ ଜନ ଜନ,
ସଢେଇକଳା ଓ ଖରସୁଆଁ ଜିଲ୍ଲା
ହସି ଉଠେ ଏହି ଦିନ।୪।
ଫଗୁଆ ଓ ଫାଗ ନାମରେ ବିକ୍ଷ୍ୟତ
ହୋଲିକୁ କହନ୍ତି ଜନେ,
ଝାଡ଼ଖଣ୍ଡ ଓ ବିହାର ମଧ୍ୟରେ
ପ୍ରଚଳିତ ଜନେ ଜନେ।୫।
ଉତ୍ତରପ୍ରଦଶ ମଧ୍ୟ ଏହି ନାମ
ଲୋକ ମାନେ କହୁଥାନ୍ତି,
ଲଠମାର ହୋଲି ପ୍ରଚଳିତ ତାହା
ମଥୁରା ଗୋକୁଳେ ଭାଇ।୬।
ଲଠମାର ହୋଲି କହୁଛନ୍ତି ଜନେ
ବୄନ୍ଦାବନ ବନାରସେ,
ଖୁସି ଆନନ୍ଦର ପବିତ୍ର ପର୍ବ ଏ
ବିଖ୍ୟାତ ସମ୍ପୂର୍ଣ୍ଣ ଦେଶେ।୭।
ବିଶ୍ୱର କଲ୍ୟାଣେ ହୁଏ ଗୀତା ଯଜ୍ଞ
ବିଚ୍ଛିନ୍ନା ଭୂମିରେ ଯହିଁ,
ପୂର୍ବ ଗୁରୁକୂଳ ବାନା ଟାଁଗରାଣୀ
ଗୀତା ମନ୍ଦିରଟି ତହିଁ।୮।
Comments
Loading comments…