Loading…
କଳାକାହ୍ନୁ କଳାମୁହଁ ଫିକାଦିଶେ, ଧିରେ ହସେ ଶ୍ରୀ ବିନା ,ଶ୍ରୀହୀନ ଶ୍ରୀମୁଖ ଶ୍ରୀଅଙ୍ଗ।। ସବୁ ରଙ୍ଗ ମିଳିଗଲେ ରଙ୍ଗ ଧରିବାଟା ସେତେ ନୁହଇ ସହଜ । ସମୟ ତ ବଦଳାଏ ମଣିଷ ମଗଜ । ନିଜରଥ ଟାଣୁଥାଏ ଆଉକିଏ ଜାଣିବାରେ ମଣେ ଅସହଜ । ଭାବର ସହରେ ଲାଗେ ଅଭାବର ଦୁଃଖ ଯାତ୍ରା ଶେଷେଧଳାରଙ୍ଗ ଦେଇକି ପାରିବ କେବେ କାହା ପାଇଁ ସୁଖ? ନଅ ଦିନ ନବରଙ୍ଗ ସରିଗଲେ ହୁଅଇ ପହଡ ।
Comments
Loading comments…