ଯେତେ ଆଶା ସବୁ କଳପ ଉହାଡେ ଝୁଲୁଛନ୍ତି ପ୍ରତି ଯଣ କେତେ କେତେ ଆଶା ବିଦାୟ ନେଲେଣି ନ ହୋଇ ଇଛା ପୂରଣ। ତୁମରି ଦୁଆର ଆସିଥିଲି ଧାଇଁ ରଥ ଯାତରାର ଦିନ ଟାଣିଥିଲି ତୁମ ରଥର ଦଉଡି ଦେଖି କଳାଶ୍ରୀ ବଦନ। ତୁମ ଶ୍ରୀକ୍ଷେତ୍ରରେ ରହିବି ବୋଲି ମୁଁ କରିଥିଲି ବଡ ଆଶା ଅଧା ରହିଅଛି ମୋ ଆଶା ଟିକକ ତୁମେ ଯେ ହେବ ଭରସା। ଏଇ ଆଶାଟିକୁ ପୂରଣ କରିବ କଳପ ଗଛକୁ କହି ବଡସିଂହାସନୁ ବାରତା ଦେବ ହେ ଗୁହାରି ଶୁଣ ସାଇଁ।
Loading comments…