ମୁଁ ଶ୍ରୀ କ୍ଷେତ୍ରର ମାଟି କୁଡୁଆ
ଅଧର ରେ ଛୁଏଁ ମୋତେ କାଳିଆ
ମୁଁ ଶ୍ରୀ କ୍ଷେତ୍ରର...l
କୁମ୍ଭାର ନିତି ମୋତେ ଗଢି ଦିଏ
ଶ୍ରୀ ମନ୍ଦିର କୁ ନୀତି ସେ ପଠାଏ
ଶ୍ରୀ ମହାପ୍ରସାଦ ନୀତି ଲାଗିହୁଏ
ପ୍ରଭୁଙ୍କ ସେବାରେ ନୀତି ରହିଥାଏ
ସେବା ରେ ଥାଏ ବାର ମାସିଆ
ମୁଁ ଶ୍ରୀ କ୍ଷେତ୍ରର ...l
ଭକତ ମୋତେ ଆନନ୍ଦ ରେ ନିଅନ୍ତି
ଛୁଆଁ କି ଅଛୁଆଁ କେହି ନ ଦେଖନ୍ତି
ଡଙ୍କ ତୋରାଣୀ ଶରଧା ରେ ପିଅନ୍ତି
ସକଳ ପାପ ରୁ ଭକ୍ତ ମୁକତି ପାଆନ୍ତି
ନୀତି ଦେଖେ ମୋ ଜଗା ବଳିଆ
ମୁଁ ଶ୍ରୀ କ୍ଷେତ୍ରର ...ll
Comments
Loading comments…