ମାଆ ମାଆ ଡାକ ଆହାକି ସୁନ୍ଦର
ମମତା କରୁଣା ଭରା ଅନ୍ତର ଯାହାର।
ତାହାରି ହାତର ମଧୁର ପରଶେ
ଶିଖିଲି ମୁଁ ଦୁନିଆକୁ ଭଲ ପାଇ
ଦୁନିଆଟା ସାରା ଖୋଜି ଥକିଗଲେ
ମାଆ ପରି କେହି ନାହିଁ।
ଘୋଡେଇ ଦେଇ ତା ପଣତକାନିରେ
ବିପଦ ରୁ କରେ ରକ୍ଷା।
ସଞ୍ଜସକାଳରେ ପ୍ରଭୁପାଦ ତଳେ
ମାଗେ ପିଲା ପାଇଁ ଭିକ୍ଷା।
ଶିଖାଇଛି ବୁଦ୍ଧି ଅମ୍ରୁତ ପିଆଇ
ସକଳ କଷଣ ସହି
ସ୍ୱର୍ଗାଦପୀ ଗରୀୟସୀ ସର୍ବଂସହା
ଅଟେ ପୁଣି ଶକ୍ତିମୟୀ ।
ସେନେହମୟୀ ସେ ମମତା ମୟୀ ସେ
ତ୍ଯାଗ ର ଉପମା ନାହିଁ
ଯେତେ ପ୍ରତିଦାନ ଦେଲେ ମଧ୍ଯ ଆମେ
ତା ଋଣ ଶୁଝି ବା ନାହିଁ।
ମାଆ ପରି ଆଉ କିଏ ଅଛି କୁହ
ବୁଝିବ ମନର କଥା
ସନ୍ତାନ ସୁଖରେ ନିଜେ ହସିହସି
ଭୁଲି ଯାଏ ନିଜ ବ୍ୟଥା।
ମାଆର କରୁଣା ମମତା ଅପାର
ମାଆ ଅତି ଆପଣାର
ତାହାରି କୋଳରେ ସବୁ ସୁଖ ମିଳେ
କାହାକୁ ନଥାଏ ଡର।
ମାଆ ପରା ଆମ ପ୍ରଥମ ଗୁରୁ ଯେ
ତାହାର ଆଶିଷ ବାରି
ଝରୁଥିଲେ ଶିରେ ନିଶ୍ଚେ ବିପଦରୁ
ହୋଇବାରେ ଆମେ ପାରି।
Loading comments…