ତୋ ଖଟ ଉପରେ ନିତି ଶୋଉଅଛି
ତୁ ମନେ ପଡିବା ପାଇଁ
ତୁ ଗଲା ପରଠୁ କେବେହେଲେ ଥରେ
ମୋ ପାଶେ ଆସିଲୁ ନାହିଁ
ବାସ୍ତବ ରୂପରେ ଆସି ପାରିବୁନି
ଭଲ ଭାବେ ଜାଣେ ମୁହିଁ
ସପନରେ ସୁଦ୍ଧା ଥରଟିଏ ମୋତେ
କେବେ ଦେଖା ଦେଲୁ ନାହିଁ
ଅନାଥ ହୋଇ ମୁଁ ଯାଇଛି ଲୋ ବୋଉ
ଆହା କେହି କହୁ ନାହିଁ
ସମସ୍ତେ ମୋ ସହ ଖେଳି ସାରିଲେଣି
କାନ୍ଦୁଛି ନୀରବ ହୋଇ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
Loading comments…