Loading…

ଅନୁ -- ଅନୁଯୋଗ ଯୋଗେ ଜିଜ୍ଞାସା | ଘୋଷେ – ଘୋଷିତ ସତ୍ୟ ଏ ମୋ ଭାଷା || 1 ଭାସେ -- ଭୂଷିତ ଶ୍ଵେତ ସିତ କରେ; କରି -- କରିତ ରୁତ ମୋ ଅନ୍ତରେ || 2 ତରୁ -- ତିରଣେ ଅରଣ୍ୟେ ରଣିତ; ନତ -- ଆନନ ଅନୟେ ନିୟତ || 3 ଏ ତ -- ଇୟତ ମୋ ଅଣ ଆୟତ୍ତ; ଯଥା – ଯୁଥ-ଯୁତ ଜଳେ କୈବର୍ତ୍ତ || 4 କେବେ -- କବିତା-ବିତାନେ ବିତାନ ତାନେ -- ତମା ଅତମସ ତମନ || 5 ମଣି -- ମନାସି ମାନସେ ନବୀନ ଭାନ – ବର୍ଣ୍ଣ-ବନେ କରେ ବୀକ୍ଷଣ || 6 କ୍ଷୀଣ -- କର୍ଣ୍ଣିକାରେ କରି କରଣ୍ଡ କୁଣ୍ଡେ -- ରଣ୍ଡକୁ ରୁଣ୍ଡାଏ କୁଷ୍ମାଣ୍ଡ || 7 ଇଷ୍ମେ -- ସ୍ମାରିତ ତାରତମ ରୁତେ ତର -- ମରୁତେ ମରେ ମୁଁ ମରତେ || -8 ରମି -- ରାମପୂଗ ପୂର୍ଣ୍ଣ ପ୍ରାଙ୍ଗଣୁ ଗାନ - ଗହନ ଗାଏ ମୁଁ ଅହନୁ || -9
Comments
Loading comments…