ତା ସାଥେ ପୁଣି ଆଣି ଆସେ ଯେବେ ମୃଦୁ ମଳୟର ବାସ୍ନା ଭୁଲି ହେଇଯାଏ ଦିନଟିଯାକର ପ୍ରଚଣ୍ଡ ରୌଦ୍ରର ତୃଷ୍ଣା । ଦିନସାରାର ଖରାତାତିରେ ମନ ହୁଏ ଭାରି ଅସହାୟ ଗୁଳୁଗୁଳି ସାଥେ ବହେ ଝାଳ ବୁନ୍ଦା ବିକୃତ ଲାଗଇ କାୟ । ପ୍ରଚଣ୍ଡ ଖରାର ଭୟରେ ପିଲାଏ ଲୁଚିଥାନ୍ତି ଘର କୋଣେ ଯେବେ ସଂନ୍ଧ୍ୟା ଆସେ ଶିତଳତା ନେଇ ପୁଳକ ଆଣଇ ମନେ । ପିଲାଙ୍କ ମନରେ ଖୁସିର ଜୁଆର ଖେଳିଯାଏ ଅଗଣିତ ଖେଳିବା ବୁଲିବା ନାଚିବା ଡେଇବାରେ ରହିଥାନ୍ତି ଅସ୍ତବ୍ୟସ୍ତ । ପୁଲାଏ ପୁଲାଏ ପକ୍ଷୀ ଦଳ ସବୁ ମନ ଖୁସିରେ ଉଡ଼ନ୍ତି ଗ୍ରୀଷ୍ମ ସଂନ୍ଧ୍ୟାର ଆଗମନରେ ସତେ ଖୋଲା ଆକାଶେ ବୁଲନ୍ତି ।
Loading comments…