ହସିଦେଇ ଟିକେ ମୋ ଆଡ଼କୁ ଚାହଁ
ଥରୁଟିଏ କଥା ମାନ
ରାଗ ରୁଷା ସବୁ ଭୁଲିଯାଅ ପ୍ରିୟା
କରନାହିଁ ଅଭିମାନ।।
ଉଦାସୀ ଚେହେରା ଦେଖିଲେ ତୁମର
ଭଲ ଲାଗେ ନାହିଁ ସତେ
କି ଦୋଷ କରିଛି ତୁମରି ପାଖରେ
କହିବ କି ଥରେ ମତେ ?।।
ଗୋଲାପୀ ଓଠରେ ମିଠା ମିଠା ତୁମେ
କଥା ପଦେ କହିଦିଅ
ନିରବରେ ଆଉ ରୁହ ନାହିଁ ପ୍ରିୟା
ନିରବତା ଭାଙ୍ଗିଦିଅ।।
Loading comments…