ଭାଦ୍ରବ ମାସରେ ନୁଆଁ ଖାଇ ପରଵ ଆସେ
ପାର୍ବଣ ଋତୁ ରେ ଧରା ଧାମ ନାଚି ହସେ
ମାଆ ସମଲେଇ ପାଶେ ନୁଆଁ ଅନ୍ନ ଲାଗି ହୁଅଇ
ଘର କୁ ବିଦେଶରୁ ବି ପୁଅ ଲେଉଟି ଆସଇ
ଏହି ଦିନ ରେ ସର୍ବେ ନୁଆଁ ବସ୍ତ୍ର ପିନ୍ଧନ୍ତି
ନୁଆଁ ଖାଇ ଭେଟ ଘାଟ ସଭିଏଁ ପାଳନ୍ତି
ନୁଆଁ ଅନ୍ନ ନୁଆଁ ଚୁଡା ସଭିଏଁ କରନ୍ତି ଆହାର
ନୁଆଁ ଜାମା ପିନ୍ଧି କରନ୍ତି ବଡ଼ ଙ୍କୁ ନୂଆ ଖାଇ ଜୁହାର
ଆମ ଓଡିଶା ର ଇଏ ନିଆରା ପରଵ ଅଟଇ
ପଶ୍ଚିମ ଓଡିଶା ରେ ଘରେ ଘରେ ଏହି ପର୍ବ ହୁଅଇ
ନୁଆଁ ଖାଇ ପରଵ ର ଘେନ ଅଭିନନ୍ଦନ
ସୁଖ ଶାନ୍ତି ରେ ବିତି ଯାଉ ସଭିଙ୍କ ର ଦିନ।
Comments
Loading comments…