ତୁମକୁ ସ୍ୱାଗତ ୨୦୨୦
ମାଳ ମାଳ ଶୁଭେଚ୍ଛା ଶୁଭ କାମରେ ପୁରି ଉଠୁଛି ତୁମ ଆସିବାର ମହକ,
ଏମିତି ସକାଳ ରେ ତୁମେ ଦିଶୁଥାଅ ସମ୍ପୂର୍ଣ ନୂଆ ସେର ପୁରିବା ଯାଏ,
ତୁମ ଆସିବା ଶବ୍ଦରେ ଘନକୁହୁଡ଼ିରେ ଜାକିଜୁକି ଶୋଇଥିବା ରାସ୍ତାଟି କାକର ଭିଜା ଋତୁ କୁ ଜାବୋଡି ଧରି କାହାର ଫେରିବାର ରାସ୍ତା ଚାହିଁଥାଏ ।
ପଛକୁ ଫେରି ଚାହିଁଲେ ଝଡରେ ଭାଙ୍ଗି ପଡିଥିବା ଗଛ
ଆଉ ପତ୍ରଝଡା ଦେଉଥିବା ଡାଳ ,
ତାସହ ବିଛାଡିପଡିଥିବା ଝରାଫୁଲ ସବୁ ମାଟି ର ଅବୁଝା ଆଖିର ସ୍ବପ୍ନ ସାଉଁଟିବାରେ ବ୍ୟସ୍ତ ଥିଲେ ।
Comments
Loading comments…