ଉଜୁଡା ପରିସରକୁ କୁଣ୍ଢେଇ
କେତେ ଦିନ ମୁଣ୍ଡ ଟେକି ଠିଆ ରହି ପାରିବ
ପାନ୍ଥଶାଳା
ପାନ୍ଥ କେହି ଆସୁ କି ନଆସୁ ଏଠିକି
କିଛି ବି ଆଳରେ
ଆଉ ଯାଏ ଆସେ ନାହିଁ ତାର କିଛି
ଖୁବ୍ ପରିତ୍ୟକ୍ତ ଏବେ ଯେଣୁ ସେ, ଆଉ ତାର ପରିସର
ଆମ ନଜର ସାମ୍ନାରେ
କିଏ ଜାଣେ?
କେବେ ଗଡିଯିବ ତାର କ୍ଲାନ୍ତ ଅବୟବ
ସର୍ବଂସହା ଏ ମା’ ର କୋଳରେ
ଆଖିମିଟିକାରେ
ବରାଦିବାକୁ ହେବ ଅବଶ୍ୟ କିଛି ଗେଣ୍ଡୁମାଳ
ସମୟର ଏକ ଆନୁମାନିକ ଆକଳନରେ
ଠାବ କରି ଡକେଇ ନେବାକୁ ହେବ
ତା’ର ନିୟମିତ ଅନ୍ତେବାସୀଙ୍କୁ
ଅନ୍ତତଃ କନ୍ଦିବାକୁ ହେବ କିଛି କୁମ୍ଭୀର କାନ୍ଦଣା
ଦଣ୍ଡେ କି ମୁହୂର୍ତ୍ତେ
ତର ଏକ କଳ୍ପିତ ବିଲୁଣ୍ଠନରେ
Loading comments…