ପିତାମାତା ଆମ ଜୀବନ୍ତ ଠାକୁର
ନାହିଁ କେହି ତାଙ୍କ ସରି
ତାଙ୍କ ପାଦଧୂଳି ମୁଣ୍ଡେ ଆମ ବୋଳି
ଦୁନିଆଁରୁ ଯିବା ତରି।
ତାଙ୍କରି ସେନେହ ପାଇ ନିଶ୍ଚେ ଦିନେ
ଛୋଟରୁ ବଡ ହୋଇବା
ଭଲ କାମ କରି ସୁନା ପିଲା ହୋଇ
ଖ୍ୟାତି ଯେତେ ଅରଜିବା।
ତାଙ୍କ ଆଶୀର୍ବାଦ ପାଇ ଆମେ ସଦା
ଜିଣିବା ଜୀବନ ବାଜି
ଜନମ ଆମର ସାର୍ଥକ କରିବା
ସେବାରେ ରହିଣ ମଜ୍ଜି।
କରିବା ଶପଥ ଚରଣରେ ତାଙ୍କ
ଜଣାଇ କୋଟି ପ୍ରଣାମ
ଉପଦେଶ ମାନି ସତ୍ୟ ପଥେ ଚଳି
ରଖିବା ତାଙ୍କରି ନାମ।
Comments
Loading comments…