ପ୍ରଥମ ମାସର ପ୍ରଥମ ବର୍ଷର
ଦିନଟି ପଣା ସଂକ୍ରାନ୍ତି
ଶୁଭ ସ୍ୱାଗତମ ଶୁଭ ସ୍ୱାଗତମ
ମହା ବିଷୁବ ସଂକ୍ରାନ୍ତି ll
ଜନ୍ମ ହନୁମାନ ମହା ବଳବାନ
ଭକ୍ତ ଶ୍ରୀରାମ ଲକ୍ଷ୍ମଣ
ଅଞ୍ଜନା କୁମର ଜ୍ଞାନର ସାଗର
ପଣାରେ କରୁ ପୂଜନ ll
ଗ୍ରୀଷ୍ମରେ ଅଧୀର ଜୀବ ଜନ୍ତୁ ନର
ଜଳହିଁ ଅଟେ ଜୀବନ
ବୃକ୍ଷେ ଜଳ ଦାନ ତୁଳସୀ ଚନ୍ଦନ
ବୃନ୍ଦାବତୀ ପଣା ଦାନ ll
କଦଳୀ ନବାତ ଛେନା କ୍ଷୀର ଘୃତ
ଆମ୍ବ ବେଲ ପଡି ପଣା
ଆନନ୍ଦେ ପୂଜନ ସଂକ୍ରାନ୍ତି ପାଳନ
ସାଙ୍ଗ ସାଥି ଅଭ୍ୟର୍ଥନା ll
ସିଦ୍ଧ ମହାବୀରୀ କଲ୍ୟାଣ ସବୁରୀ
ସୁଭାଶିଷ ଦିଅ ଭରି
କରୁଛି ପ୍ରାର୍ଥନା ଦେଇ ଭକ୍ତି ପଣା
ଦୁଃଖ କଷ୍ଟ ଦିଅ ହରି ll
Loading comments…