ପ୍ରେମୋଦୟ ଚମ୍ପୂ
କବି ସୂର୍ଯ୍ୟ ବଳଦେବ ରଥ
(ଚୌପଦୀ ପ୍ରେମୋଦୟ )
(16)
ଶ୍ରୀକୃଷ୍ଣଙ୍କ ପ୍ରତି ସଖୀ
ରାଗ - ଝିଂଝୋଟି -ଆଦିତାଳ
ତମାଳ ନୀଳତନୁ
ତାପ ନଯାଏ ମୋ ସଖି ମନୁଁ ହେ (ଘୋଷା)
ତରଣୀଜାତଟ ବନୁ ତୁମ୍ଭକୁ ଶ୍ରୀହରି
ଖୋଜି ଖୋଜି ହରିଣାକ୍ଷୀ ଫେରିଯିବା ଦିନୁ (1)
ତରଳ ନୟନୁ ତେଜୁଅଛି ନିରନ୍ତରେ
ନୀର ଧାର ବରଷିଲା ପରି ଘନୁ(2)
ତୀକ୍ଷଣ ବାଣ ଅତନୁ ତାମରସ ମୁଖୀ -
ମରମକୁ ଯୋଖି ବିନ୍ଧେ ଫୁଲ ଧନୁ (3)
ତାପ ଦିଏ ହିମ ଭାନୁ ତନୁରେ ଫୋଟକା -
ହେଉଅଛି ଏକା ଘରସାର ବିଲେପନୁ(4)
ତୁମ୍ଭ ଅବଲୋକନୁ ଭାଷେ ଜଗଦ୍ଦେବ
ତାର ପ୍ରାଣଯିବ ଶ୍ରୀ ଅଙ୍ଗଟି ହେଲା ତନୁ(5)
Loading comments…