ମୁଁ ଜାଣେ ସିଗାରେଟର ଧୂଆଁ ଆଉ ଅନ୍ଧାର ଭିତରେ କିଛି ଫରକ ନାହିଁ । ସେ କହିଦେଲା ପରି , ଆୟୁଷ ସରିଆସୁଛି । ତୁମେ ଆସିଥିଲ କି ସେଇ ରାସ୍ତା ଦେଇ ? ଯେଉଁଠି ରାତି ସରିଯାଏ ! କଳା କଳା ଭବିତବ୍ୟ ଅତୀତ ପାଲଟେ - ଗୋଟେ ଶୀତୁଆ ରାତ୍ରରେ , କ'ଣ ଥାଏ ଯେ ସେ କଳା ମଚମଚ ପିଚୁ ରାସ୍ତାରେ ? ମୋ କଥା କିଛି କହିଥିଲ କି ? ପଚାରିଥିଲ କି କାହାକୁ ? ଖୋଜିଥିଲ କି ମୋ ନିର୍ଘୋଷିତ ଠିକଣାକୁ ? ଖୋଜିଥିବ ଯଦି ଜଣା ପଡିନଥିବ ସେ କଳା ମଚମଚ ରାସ୍ତା ! ମୋ କଥା ପଚାରୁଛ ! ରାସ୍ତାରେ ଆସିଲା ବେଳେ ଦେଖିନ , ଠା କୁ ଠା ପଡ଼ିଛି ଛାପ , କାହାର ରକ୍ତ ପରି !
Loading comments…