ଆଜିର ରାତ୍ରିର ନିର୍ଜନ ପ୍ରହରରେ
ମନରେ ଆସେ ଭାବନ୍ତର,
ମନ ଅଗଣାରେ ଆସଇ ସ୍ମୃତି ମୋର
ସେ ହଜିଲା ପ୍ରେମର ।୧।
ଭାସିଲା ମେଘ ସଦୃଶ ଭାସି ଯାଉଛି ମୁଁ
ଉଚ୍ଚାଟ ହୁଅଇ ମନ
ହଜିଲା ପ୍ରେମର ସ୍ୱପ୍ନରେ ହୋଇଛି ତ
ମତୁଆଲା, ଭୁଲି ମାନ ଅଭିମାନ ।୨।
ରହିଥିଲା, ରହିଛି, ରହିବ ଅମର ପ୍ରେମ,
ସେ ଶାଶ୍ୱତ ଓ ଚିରନ୍ତନ
ତମସା କୋଳରେ ଉଦ୍ୟାନ ସଦୃଶ ଶୋଭା
ପାଉଛି ଶୁଭ୍ର ସୁମନ ।୩।
ଅନୁଭବର ଅନ୍ତରଙ୍ଗ ସୁଖ ସର୍ବଦା ହୋଇ
ରହେ ଆକର୍ଷଣୀୟ
ମୁଗ୍ଧ-ବିହ୍ଵଳିତ ଅନୁଭୁତିର ସଜଳ ପ୍ରତିଫଳନ
ଅଟେ ବରଣୀୟ ।୪।
ତମସା କୋଳରେ ପାଇବିନି ମୟୂରର ନାଚ,
ମେଣ୍ଟିବନି ମନ-ଶୋଷ
କାକ, ପିକ, କୁକ୍କୁଟ ଶବ୍ଦେ ବିଦାୟ ନେବ ରଜନୀ,
ହେବ ସ୍ୱପ୍ନର ଶେଷ ।୫।
Comments
Loading comments…