Loading…
ଧୂଳି ଉଡୁଥିଲା ଗାଈପଲ ସାଥେ ଗାଈଆଳ ଡାକେ ଗାଁ ର ଦାଣ୍ଡେ ଚଷା ଭାଇ ଫରେ ବିଲକାମ ସାରି ଘାସବିଡା ଟିଏ ଥୋଇ ତା ମୁଣ୍ଡେ .. କଳରବ କରି ବିହଙ୍ଗ ସମୂହ ବାହୁଡ଼ିଲେ ଉଡି ନିଜର ନୀଡେ଼ ମନ୍ଦିର ରେ ଶଙ୍ଖ ଘଣ୍ଟା ବାଜିଲାଣି ଉଚକଣ୍ଠେ ଶ୍ଳୋକ ବ୍ରାହ୍ମଣ ପଢ଼େ.. ଆଲୋକ ର ଆଭା ଲିଭି ଆସିଲାଣି କାଳି ଅନ୍ଧାର ଟି ଗଲାଣି ଛାଇ କର୍ମବ୍ୟସ୍ତ ଦିନଚର୍ଯ୍ୟା ରୁ ବିରତ ଗୃହସ୍ଥ ଈଶ୍ୱର ନାମ ଭଜଇ ..
Comments
Loading comments…