ଆମ୍ବକଷି ଭାସୁଥିବା ତୋରାଣି କଂସାରେ, ଖୋଜୁଛି ମୁଁ ତୁମର ଠିକଣା। ମୋର ଏ ଅଝଟ ରଖି, ଫେରିଆସ ଆଉଥରେ ମାଟି ସରଗକୁ। ତୁମର ସେ ଶରଧା ର ଡାକ ଶୁଣିବାକୁ, ଆସିବାକୁ ହୁଏ ଯଦି ମୋତେ, ସରଗରୁ ମରତ ପୁରକୁ, ତାହେଲେ ମୁଁ ଥକି ପଡିବିନି। ପୁଣି ଥରେ ଫେରିବାକୁ ହୁଏ ଯଦି ତୁମର ଗର୍ଭକୁ, ଶୁଣିବାକୁ ତୁମଠାରୁ ଗାଳି, ହସିହସି ସହିଯିବି ଜଠର ଯନ୍ତ୍ରଣା। ଖାଇବାକୁ ତୁମ ହାତୁ ଗୁଣ୍ଡାଏ ପଖାଳ, ଦୁଃଖ ମୁଁ କରିବି ନାହିଁ, ଶହେଥର ନେବା ପାଇଁ ମଣିଷ ଜନମ।
Loading comments…