ତିଳେ ନ ଦେଖିଲେ ପୁତ୍ର ରତନକୁ
ଆତୁର ହୁଅଇ ମାତା,
ଆତୁର ହୁଅଇ ପୁତ୍ରମଣି ତାର
କ୍ଷଣେ ନ ଦେଖିଲେ ମାତା।୧।
ପୁତ୍ର ଡାକୁଥାଏ ମାଆ ମାଆ ବୋଲି
କୋଳକୁ ନିଅଇ ମାତା,
ଝୁମନ ଦିଅଇ ପୁତ୍ରମଣି ଟାକୁ
ଗେହ୍ଲା କରୁଥାଏ ମାତା।୨।
ପବିତ୍ର ପ୍ରେମଟି ଈଶ୍ୱର ବିଭୂତି
ନିଃସ୍ୱାର୍ଥ ପ୍ରେମର ଗାଥା,
ମାତା ପିତା ପ୍ରେମ ପୁତ୍ର ପ୍ରତି ତାର
ପ୍ରଭୂଙ୍କ ନିର୍ମାଣ କଥା।୩।
ସବୁ ସୁଖଭୋଗ ଅଜାଡି ଦିଏଟି
ନିଜ ପୁତ୍ରମଣି ପରେ,
ପୁତ୍ରମଣି ତାର ଗୁଣବାନ ହେବ
ରଖିବ ନାମ ମହୀରେ।୪।
ପ୍ରଭୂଙ୍କ ବଚନ ଗୀତା ମହାଜ୍ଞାନ
ନିତ୍ୟେ ପୁତ୍ର ଆଗେ କୁହେ,
ଜୀବନ ଉଦ୍ଦେଶ୍ୟ ସେ ମହାମନ୍ତ୍ରକୁ
ପୁତ୍ର ଆଗେ ସଦା କୁହେ।୫।
ତିଳେ ନ ଦେଖିଲେ ପୁତ୍ର ରତନକୁ
ଆତୁର ହୁଅଇ ମାତା,
ଆତୁର ହୁଅଇ ପୁତ୍ରମଣି ତାର
କ୍ଷଣେ ନ ଦେଖିଲେ ମାତା।୬।
Loading comments…