ଏଥି ପାଇଁ ଏତେ ରୁଷୁଛ କାହିଁକି ଦୁଃଖ ମୋ ହେଉଛି ମନ ପ୍ରେମ ପାଇ ପ୍ରେମ ଦେଇ ତ ପାରିଲେ ଦେହର କି ପ୍ରୟୋଜନ। ତୁମର ଥିଲି ମୁଁ ତୁମର ହିଁ ଅଛି ତୁମେ ମୋ ପ୍ରାଣ ସଙ୍ଗାତ ମୂର୍ଚ୍ଛି ପାରିବିନି କେବେ ମୁଁ ତୁମକୁ ମୂର୍ଚ୍ଛିବି ପଛେ ଜଗତ। ରାଧା ହେଇ ରାସ ଦେଇ ପାରିଲିନି ତୁମେ କିନ୍ତୁ ରାଧାମାଧବ ମୀରା କି ତୁଳସୀ ହେଇ ପୂଜୁଥିବି ତୁମ ପାଦେ କୋଟି ବିଭବ। ଭରା ଶ୍ରାବଣ ରେ ହୃଦୟ ଜଳୁଛି ପୋଡ଼ି ଯାଉଛି ମୋ ଅଙ୍ଗ ଭରି ଦିଅ ଆସି ହୃଦୟ କନ୍ଦରେ ଇନ୍ଦ୍ରଧନୁ ସପ୍ତରଙ୍ଗ ।
Loading comments…