ସଜ ସେଫାଳିର ମିଠା ମହକରେ
ଉଛୁଳେ ସକାଳ ଆଜି
ବାତାୟନ ପାସେ ତୁମ କଥା ଭାବି
ସପନେ ଯାଉଛି ହଜି
ତୁମେ ଯେବେ ଯାଅ ମୋ ମନକୁ ଛୁଇଁ
ମହକି ଯାଏ ମୋ ମନ
ଚଞ୍ଚଳ ଚଞ୍ଚଳ ମନ ମୋ ଚଞ୍ଚଳ
ଭଲ ଲାଗେ ସାରା ଦିନ
ହଜାରେ ଆଶାର ଉଆସ ତୋଳେ ମୁଁ
ଅଜାଣତେ ଆଖି ବୁଜି ....
କେବେ ସାଥୀ ତୁମେ ସାଥୀ କରି ନେବ
ଶାଖି ରଖି ସାତ ଦୀପ
ସକାଳ ଆସିଲେ ଭାବେ ବସି କେବେ
ସତ ହେବ ଆମ ଗପ
ତୁମ ଅଗଣାରେ ପାଦ ମୁଁ ରଖିବି
ନବ ବଧୂ ବେଶ ସାଜି ...
Loading comments…