ଆଜି ପ୍ରେମର ପରିଭାଷା ବଦଳି ଯାଇଛି
ଏଠି କାମନା ର ବାସ୍ନାରେ ଶରୀର ର ଭୋକ ମେଣ୍ଟାଯାଏ
ହୃଦୟ ନୁହେଁ ଭୌତିକ ବାଦୀ ମୂଲ୍ୟବାନ ଉପହାର ଦେଇ ଦୃଷ୍ଟି ଆକର୍ଷଣ କରାଯାଏ
ଥରେ candlelight dinner ବଦଳରେ ତାକୁ ଜହ୍ନ ଆଲୁଅରେ
ଖୋଲା ଆକାଶର ଛାତ ତଳେ କୋଳେଇ ନେଇଦେଖ
ଅଫିସ ରୁ ଫେରି ଯେବେ ଥକିପଡ଼ ତା କୋଳରେ ମୁଣ୍ଡରଖି
ତୁମପାଇଁ ବାଜୁଥିବା ଅଶ୍ରୁତ ସଂଗୀତ ମୂର୍ଚ୍ଛନା କୁ ଶୁଣିବାକୁ ଚେଷ୍ଟା କର
ଶ୍ରାବଣ ର ଝିପି ଝିପି ବର୍ଷା ରେ ଭିଜି ତା ଶରୀର ର ଉଷ୍ମତା କୁ
ଚାଖି ଦେଖ
ଏ ସବୁ ସତ୍ୱେ ଯୋଦି ସମ୍ପର୍କର ମଧୁରତା କୁ ଅନୁଭବ କରି ପାରୁନ
ତେବେ
ତୁମ ବ୍ୟସ୍ତତା ବହୁଳ ଜୀବନରୁ କିଛିକ୍ଷଣ କାଢି
ଜୀବନର ନୀରବଛିନ୍ନ ରାସ୍ତା କୁ ତା ହାତ ଧରି ଏକାନ୍ତରେ ଅତିକ୍ରାନ୍ତ କରିଦେଖ
Loading comments…