ସ୍ତ୍ରୀ ମୋ କହୁଛି ଆଜିର ମ୍ୟାଚରେ , ଭାରତ ଜିତିଲେ ଦେବି ସମସ୍ତଙ୍କୁ ଗୋଟେ ଭୋଜି ।।୧।। ଇଂଲଣ୍ଡ ଦେଶର, ମାନଚେଷ୍ଟାର ପଡିଆରେ ଦର୍ଶକଙ୍କ ଭିଡ, ହସୁଛି-କାନ୍ଦୁଛି ଦେଖ । ଭାରତୀୟ ଝିଅ-ପାକିସ୍ତାନ ଜ୍ୱାଇଁର ଶୁଖିଯାଉଅଛି ଦେଖା ମୁଖ ।।୨।। ସ୍ତ୍ରୀ ମୋ କହୁଛି- ଫୋନ ଚାର୍ଜ କରି, ରଖିଥାଅ ଏବେଠାରୁ । କାଳେ ବିଦ୍ୟୁତ , ଚାଲିଯିବ ଘରୁ ବାହାରୁ- ଦେଖିବା ଜିଓ ଟିଭିରୁ ।।୩।। ପାଣି ବୋତଲକୁ, ସଜାଇ ରଖିଛି - ତା ସାଙ୍ଗେ ଫଳମୂଳ ଯେତେ ସାରା ।
Loading comments…