ତୁ ଯଦି ମାଗିଥାନ୍ତୁ ସକାଳର ସୁରୂଯ ପୋଖରୀ ରେ ଦେଖେଇଥାନ୍ତି ତୋତେ, ହେଲେ ତୁ ମାଗିବୁ ସୁନେଲି କିରଣ ମୁଁ କିନ୍ତୁ ସେ ପୋଖରୀରେ କଇଁ ଗୋଟେ। ତୁ ଯଦି ମାଗିଥାନ୍ତୁ ଭୂଇଁ ର ପଳାଶ ତୋଳିଆଣି ଦେଇଥାନ୍ତି ତୋତେ, ତୁ କିନ୍ତୁ ମାଗିଲୁ ନୀଳିଆ ମୁକ୍ତ ଆକାଶ ମୁ କିନ୍ତୁ ଡେଣା କଟା ପକ୍ଷୀ ଗୋଟେ। ତୁ ଯଦି ମାଗିଥାନ୍ତୁ ଶରତେ ବାଦଲ ଆଣିଥାନ୍ତି ମେଘାଳୟ ରୁ ଚୋରେଇ, ତୁ କିନ୍ତୁ ମାଗିଲୁ ଅଦିନିଆ ବର୍ଷା ମୁଁ ଗୋଟେ ନିଦାଘର ଚାତକ ପକ୍ଷୀ।
Loading comments…