Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆଇ
18 storys
ସମାଧାନ
Pramod Kumar Jena · 3 min read · 487 reads
ଶେଷରେ ଜଣେ ଟିକେ ଚିନ୍ତା କରି କହିଲା, ଆରେ ମୁଁ ଭାବୁଛି ତାଙ୍କ ଡାକ ନାଁ ଜେଜେମାଆ ଆଉ ସ୍କୁଲ୍ ନାଁ ଆଇ l
Inspirational
ଆଇ ଆମ ସରି
Subrat Kumar Muduli · 1 min read · 7.4K reads
ସତ କହୁଛି ତମକୁ ଛାଡି ମୁଁ ବଞ୍ଚି ପାରିବିନି । ମୁଁ ମାନୁଛି ତମେ ତେସ୍ତରି ଥର କଲ କରିଛ ହେଲେ ମୁଁ କ’ଣ କରିବି ଘର ମୋବାଇଲରେ ମିତୁ ସହ ଟିକେ କଥା ହେଉଥିଲି ହଉ ହେଲା ଆଇ ଆମ ସରି ....ଉ.ଉ..ଉ ...ମା । ତା’ ଠାରୁ ଫୋନରେ ଗୋଟେ ଚୁମା ଖାଇଲା ପରେ ମୋ’ ରାଗ ପୁରା ଥଣ୍ଡା ହୋଇ ଯାଉଥିଲା । ପରେ ଆରମ୍ଭ ହେଉଥିଲା ତା’ର ସେଇ ଏକା ନାଟକ ......ପ୍ଲିଜ ମୋ’ ମୋବାଇଲରେ ଗୋଟେ ପଚାଶ ଟଙ୍କା ରିଚାର୍ଜ କରି ଦିଅନା ବାଲାନ୍ସ ନଥିବାରୁ ମିସ କଲ ମାରି ପାରିଲିନି , ରିତୁ ତା’ ସାଙ୍ଗ ସହ କଥା ହେଇ ସବୁ ବାଲାନ୍ସ ସାରି ଦେଇଛି । ପ୍ରଥମେ ମନା କଲା ପରେ ବି କାନ କୁଣ୍ଡେଇ ବାଧ୍ୟ ହେଉଥିଲି ତା’ ମୋବାଇଲରେ ରିଚାର୍ଜ କରିବାକୁ । ଅନେକ ଦିନ ହେଲାଣି ତା’ ସହ ସମ୍ପର୍କ କାଟିଲା ପରେ ସେ କଥା ଆଉ ବେଶି ଭାବିନି । କାଲି ହଠାତ ତା’ ମୋବାଇଲରୁ ଫୋନ ଆସିଲା ଟିକେ ଭୟ କଲି ରିସିଭ କରିବାକୁ , କହିଲା ..... ମୋ’ ବାହାଘର ଠିକ ହେଇ ଯାଇଛି । ଦି’ ଭଉଣୀ ମିତୁ ଆଉ ରିତୁ ବାଧ୍ୟ କଲେ ତମକୁ ନିମନ୍ତ୍ରଣ କରିବାକୁ । ମୋବାଇଲରେ ବାଲାନ୍ସ ନାହିଁ ରଖୁଛି ... ଆଇ ଆମ ସରି । ତା’ କଥା ଭାଷାରୁ ଜଣା ପଡୁଥିଲା ସେ ମୋ’ ପାଇଁ କେତେ ଦୁଃଖିତ । ମୁଁ ବି ଆଦୌ ଦୁଃଖ ଅନୁଭବ କରୁନଥିଲି ଆଗରେ ଥୁଆ ହୋଇଥିବା ଥଣ୍ଡା ଥଣ୍ଡା ବିୟର ଆଉ ବୋନଲେସ ଚିକେନ ପକୋଡାକୁ ଦେଖି । ସାଙ୍ଗ ଚିନୁ ତା’ ପ୍ରେମିକାକୁ ଅର୍ଜେଣ୍ଟ ଫୋନ କରିବାକୁ ମୋ’ ଫୋନ ମାଗୁଥିଲା ମୁଁ ଦେଇ ପାରିଲିନି କାରଣ ପ୍ରାୟତଃ ସେହିଦିନ ଠାରୁ ମୋ’ ମୋବାଇଲକୁ ବି ଧରିଥିଲା ସେଇ ଏକା ଲୋ ବାଲାନ୍ସର ରୋଗ ବରଂ ନିଶାରେ ତାକୁ ବାରମ୍ବାର କହୁଥିଲି .....ଆଇ ଆମ ସରି ।
Others
ଆଇ ହେଟ୍ ୟୁ
Subrat Kumar Muduli · 2 min read · 7.8K reads
ଝିପିଝିପି ବର୍ଷାରେ ବୈଶାଖୀ ସହ ଗୋଟିଏ ଛତା ତଳେ ଯାଉଥିଲି କାଦୁଅ ରାସ୍ତାରେ ସେ ଯେତେ ପାଦ ଚିପି ଚିପି ଚାଲିଲେ ବି ମୁଁ ସ୍ପଷ୍ଟ ବାରି ପାରୁଥିଲି ତା’ ପାଉଞ୍ଜିର ରୁଣୁଝୁଣୁ ଶବ୍ଦ । ଆମର ମିଳାମିଶା ନୂଆ ନଥିଲା ସେ ଥିଲା ମୋର ପିଲାଦିନର କାଗଜ ଡଙ୍ଗା ଆଉ ବାଲିଘରର ସାଥି । ଅନେକ ଥର ଆଗରୁ ତାକୁ ଅତି ପାଖରୁ ଦେଖିଛି ରଙ୍ଗ ପିଚକାରୀରେ ମୁଁ ତାକୁ ବହୁଥର ଭିଜେଇଛି । ଆମର ଏହି ମିଳାମିଶାକୁ କେହି କେହି ଖରାପ ଭାବିଲେ ବି ମୁଁ କି ସେ କେହି ଖରାପ ଭାବି ନାହୁଁ । ବାଟ ଆହୁରି ଅନେକ ବାକି ଥିଲା ବର୍ଷା ବି ବଢି ବଢି ଚାଲୁଥିଲା କଲେଜରୁ ଫେରିବା ରାସ୍ତାରେ କେହି ବି ନଥିଲେ । ଦୂରରୁ ଗାଁ ମୁଣ୍ଡ ବୁଢା କୃଷ୍ଣଚୂଡା ଗଛର ଫୁଲସବୁ ବର୍ଷା ଯୋଗୁଁ ଫିକାଫିକା ଦିଶୁଥିଲା । ଜୀବନରେ ପ୍ରଥମଥର ପାଇଁ ସେ ମତେ ଘଡଘଡି ଶବ୍ଦରେ ଭୟରେ ଭିଡି ଧରିଲା ମୋ’ ଛାତିରେ ରେଳ ଗାଡି ଛୁଟିଲା । ମନେ ମନେ ତାକୁ ନେଇ ମୋ’ର କୋଉ ଅଙ୍ଗରେ ଟିକେ ଦୁର୍ବଳତା ବଢୁଥିଲା ମୁଁ ଜାଣିନି । ମୁଁ ପ୍ରାୟତଃ ଭିଜି ସାରିଥିଲି ଆଉ ସେ ଅଧା ଅଧା । ହଠାତ ତା’ କଥାରେ ମୁଁ ଟିକେ ଅଟକି ଗଲି ସେ କହୁଥିଲା ......ତୁ ଯଦି ମୋ’ର ପ୍ରକୃତ ସାଙ୍ଗ ତା’ହେଲେ ତୁ ଟିକେ ରାଜେଶକୁ ବୁଝା ମୁଁ ତାକୁ ଭଲ ପାଏ ତା’ ବିନା ବଞ୍ଚି ପାରିବିନି । ସିଏ ରାଜେଶ ପାଇଁ କାନ୍ଦୁଥିଲା ଆଉ ମୁଁ କ’ଣ ପାଇଁ ଜାଣିନି । ବୁଝିଲି ମୁଁ ବୋଧେ ତାକୁ ଭଲପାଇବା ଆରମ୍ଭ କରିଥିଲି ସେଥିପାଇଁ । ବର୍ଷା ଆହୁରି ବଢୁଥିଲା ଆମ କାନ୍ଦ ବି ଧୋଇ ହୋଇ ଯାଉଥିଲା ବର୍ଷାଛିଟାରେ । ସେ ମତେ ବାଟସାରା ରାଜେଶ ପାଇଁ ଅନୁରୋଧ କରୁଥିଲା ମୁଁ ଚୁପଥିଲି । ସେ ବୁଝି ପାରୁନଥିଲା ମୁଁ ବୁଝି ସାରିଥିଲି ଆମ ଲୁହର କାହାଣୀକୁ । ଖାଲି ଫରକ ଏତିକି ମୋ’ ଠାରୁ ରାଜେଶ ପ୍ରତି ତା’ର ଭଲ ପାଇବା ଥିଲା ଶତ ପ୍ରତିଶତ ଶୁଦ୍ଧ ଆଉ ମୁଁ ଥିଲି ଗୋଟେ ମହାପାପୀ ମନେ ମନେ ପ୍ରାୟଶ୍ଚିତ କରୁଥିଲି ମୋର କୃତକର୍ମର । ଆଜକୁ ତିନିବର୍ଷ ତଳେ ଏମିତି ଗୋଟେ ବର୍ଷାଭିଜା ଦିନରେ ମତେ ଜୀବନ ଠାରୁ ଅଧିକ ମନେ ମନେ ଭଲ ପାଇ ଶେଷରେ ମୁହଁ ଖୋଲିଥିବା ଝିଅ ବର୍ଷାକୁ ମୁଁ କହିଥିଲି ......ଆଇ ହେଟ ୟୁ ।
Others
ନୋଥ
Paramita Mishra · 13 min read · 2.3K reads
ମୋ ଭାଗ କୁ ଥିଲା ଅଜାଙ୍କ ଗପ ପେଢି। ଆଉ ମା ପାଇଁ ଗୋଟେ ଚିଠି।
Others
ପୁଣି ପ୍ରାରମ୍ଭ
Priyadarshee Praharaj · 3 min read · 106 reads
ପୁଣି ପ୍ରାରମ୍ଭ
Abstract
ମୋ ଜଗନ୍ନାଥ
Lipsa Panda · 3 min read · 7.7K reads
ହେ ବିଶ୍ଵ ନିୟନ୍ତା , କିଛି ବି ହେଇଯାଉ, ତୁମ ଉପରେ ମୋ ମନରେ ଥିବା ଏହି ପ୍ରଚଣ୍ଡ ବିଶ୍ୱାସ ଆଉ ଭରଷାକୁ ତୁଟିବାକୁ ଦିଅନି I
Inspirational
Loading…
Next page →